ରାୟଗଡାରେ ୧୦ତମ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ

“ସାହାର୍ଯ୍ୟକାରୀଙ୍କୁ ସାହାଯ୍ୟ” ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଦିବସରେ ରାୟଗଡା କମିଟି ତରଫରୁ “ସହାର୍ଯ୍ୟକାରୀଙ୍କୁ ସାହାଯ୍ୟ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସହାର୍ଯ୍ୟକାରୀଙ୍କୁ ସାହାଯ୍ୟ କରିବା ବିଷୟ ବସ୍ତୁ ଉପରେ ଆଲୋକପାତ କରିବା ସହ ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଧ୍ୟ ବାଣ୍ଟିବା ପାଇଁ ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ତଥା କିଟ ଓ କିସ’ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନଵ ପ୍ରୟାସ “ଆର୍ଟ ଅଫ ଗିଭିଙ୍ଗ ” ଦିବସକୁ ପାଳନ କରାଯାଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମମତା ଚୌଧୁରୀ ଓ ଡ଼ିଏସପି ସୁଦାମ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଅମୁଲ୍ୟରତ୍ନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କିଟ ଓ କିସ ଅନୁଷ୍ଠାନରେ ଶିକ୍ଷା ଲାଭ କରୁଥିବା ଗରିବ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସାହାର୍ଯ୍ୟ, ସୁବିଧା ସୁଯୋଗ ଉପରେ ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ୨୦୧୩ ମସିହା ମେ’ମାସ ୧୭ ତାରିଖରେ ଆର୍ଟ ଅଫ ଗିଭିଙ୍ଗ ଦିବସ ଆରମ୍ଭ ହୋଇଥିବା ବେଳେ ସେବେଠାରୁ ଏହି ଦିବସ ବିଶ୍ୱର ବିଭିନ୍ନ ସ୍ଥାନରେ ପାଳିତ ହୋଇଆସୁଛି । ଚଳିତ ବର୍ଷ ଭାରତ ସମେତ ବିଶ୍ୱର ୧୨୦ ଟି ଦେଶରେ ଏବଂ ଓଡିଶାର କୋଣ ଅନୁକୋଣରେ ଏହି ଦିବସ ପାଳନ କରାଯାଉଥିବା ନେଇ ଏବଂ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଜିଲ୍ଲା ସଂଯୋଜକ ରଣୀତ ଶବର ବୈଠକ ରେ ଉପସ୍ଥାପନ କରିଥିଲେ । ଆର୍ଟ ଅଫ ଗିବିଙ୍ଗ ହେଉଛି ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟକୁ ପୂର୍ଣ୍ଣ ମାତ୍ର ରେ ସ୍ନେହ, ଶାନ୍ତି, ଖୁସି ଏବଂ ସନ୍ତୋଷ ଦେବା ନିମନ୍ତେ ଏକ ପ୍ରୟାସ ବୋଲି ଆର୍ଟ ଅଫ ଗିବିଙ୍ଗ କମିଟି ସଦସ୍ୟ ହରପ୍ରସାଦ ହେପୃକା ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲାରେ ବିଭିନ୍ନ ସମୟରେ ଅନ୍ୟକୁ ସାହାଯ୍ୟ କରି ଆସୁଥିବା ଅଙ୍ଗନବାଡି କର୍ମୀ, ଆଶା ଦିଦି, ଅଟୋ ଡ୍ରାଇଭର, ଆମ୍ବୁଲାନ୍ସ ଡ୍ରାଇଭର ମାନଙ୍କୁ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ କମିଟିର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.