ନିଜ ଖର୍ଚ୍ଚରେ ରାସ୍ତା ମରାମତି କରି ଚର୍ଚ୍ଚାରେ ଯୁବ ସଂଗଠକ ସୁରେଶ ରାଓ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ ସହରକୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ପଟୁ ଗୋଟିଏ କଲଭର୍ଟ ଉପରେ ବିଗତ ଏକ ବର୍ଷ ହେଲାଣି ସିମେଣ୍ଟ ଫାଟି ଛଡ଼ ଦେଖାଯାଉଥିଲା । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତାହାକୁ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କୁ ଟୁଇଟ କରି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । କଳାହାଣ୍ଡି ଆରଡି ବିଭାଗ କହୁଛି ସେଇଟା ବଲାଙ୍ଗୀର ଜିଲ୍ଲା ଆରଡି ବିଭାଗ କାମ, ବଲାଙ୍ଗୀର ଆରଡି ବିଭାଗ ଏହାର ଦେଖାଶୁଣା କରୁନାହିଁ । ଫଳରେ ଦିନକୁ ଦିନ କଲଭର୍ଟ ଖାଇ ବଢିବା ସହିତ ଲୁହା ଛଡ଼ ଉପର ମୂହା ହୋଇ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଛି । ବିଭାଗୀୟ ଅବହେଳା ଓ ଦୈନନ୍ଦିନ ଦୁର୍ଘଟଣା ଦେଖି କେସିଙ୍ଗାର ଯୁବ ସଂଗଠକ ସୁରେଶ ରାଓ  ନିଜ ଖର୍ଚ୍ଚରେ ସିମେଣ୍ଟ, ବାଲି, ଚିପସ କିଣି ମିସ୍ତ୍ରୀ ଓ କୁଲି ନେଇ ନିଜେ ଠିଆ ହୋଇ ରାସ୍ତା ମରାମତି କରାଇଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହଛନ୍ତି ଯେ, ବିଭାଗୀୟ ଅଧିକାରୀ ମାନେ ଏସି କୋଠରୀରେ ବାସି ନିଜ ଦାଇତ୍ଵ ଭୁଲି ଯାଉଛନ୍ତି ଓ ଅସୁବିଧା ଭୋଗୁଛନ୍ତି ନିରୀହ ଜନସାଧାରଣ । ଏମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବିକରିଛନ୍ତି । ସେ ଆହୁରି କହିଛନ୍ତି – ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ହେଉ ଥିବାରୁ ଦୁର୍ଘଟଣା ରୋକିବା ପାଇଁ ଏହା ମୋର ଏକ ଛୋଟ ପ୍ରୟାସ । ତେବେ ସୁରେଶ ରାଓ ନିଜସ୍ଵ ଉଦ୍ୟମରେ ଏହି ମରାମତି କରାଇଥିବା ବିଷୟ ଜଣା ପଡିବା ପରେ  ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.