ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଅଭାବି ଦୁର ହେବ -ଉପଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବି ଦୂର କରିବା ନିମନ୍ତେ ଉପଜିଲ୍ଲାପାଳ, ରାୟଗଡ଼ାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ । ରାୟଗଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିବ୍ୟଜ୍ୟୋତି ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ସହକାରୀ ଯୋଗାଣ ଅଧିକାରୀ ସରୋଜ କୁମାର ସାହୁ ଓ ସୁହାନ୍ସ ଭୋଇ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ସୁନିଲ ଚନ୍ଦ୍ର ପଣ୍ଡା, ଆଇ ଓ ସି ଏଲ୍ ର ମ୍ୟାନେଜର ଶ୍ରୀ ବର୍ଦ୍ଧନ ପାଲିଆ ସମେତ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଯୋଗଦେଇଥିଲେ । ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲର କୁତ୍ରିମ ଅଭାବ ଦୂର କରିବା ସହ ଯେପରି ପ୍ରଯ୍ୟାପ୍ତ ପରିମାଣର ତୈଳ ଗ୍ରାହକଙ୍କୁ ମିଳିପାରିବ, ସେଥିନିମନ୍ତେ ଆଲୋଚନା ହୋଇଥିଲା । ତୈଳ ଅଭାବ ଯୋଗୁଁ ମୁଣ୍ଡଫଟା ଖରାରେ ଲୋକଙ୍କୁ ଘଣ୍ଟା, ଘଣ୍ଟା ଧରି ଅପେକ୍ଷା କରିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି । କ୍ଷମତାଶାଳୀ ପେଟ୍ରୋଲ କ୍ରୟ ନିମନ୍ତେ ବାଧ୍ୟ କରିବା, ପେଟ୍ରୋଲ ପମ୍ପ ଗୁଡିକରେ ପାନୀୟ ଜଳ ଓ ଛାୟା ର ଆବଶ୍ୟକତା ଥିବା ଅଭିଯୋଗ ହୋଇଥିଲା ।

ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ଆବଶ୍ୟକ ପରିମାଣର ଡିଜେଲ ଓ ପେଟ୍ରୋଲ ଉପଲବ୍ଧ ହେବ ବୋଲି ପେଟ୍ରୋଲ ପମ୍ପ ମାଲିକ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ପ୍ରତି ପେଟ୍ରୋଲ ପମ୍ପରେ ଛାୟା ଓ ପାନୀୟଜଳର ବ୍ୟବସ୍ଥା, ନିଆଲିଭା ଯନ୍ତ୍ରର ସ୍ଥାପନା, ଗାଡ଼ି ଗୁଡ଼ିକ ନିମନ୍ତେ ମାଗଣା ପବନ ଯୋଗାଣ, ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରିବା ନିମନ୍ତେ ଅଙ୍ଗୀକାର କରିଥିଲେ । ଫୋନ ପେ ନିମନ୍ତେ କିୟୁଆର କୋଡଟି ମେସିନ ଠାରୁ ଦୂରରେ ରଖିବା ସହ ତୈଳ ପ୍ରଦାନ ସମୟରେ ମୋବାଇଲ ଫୋନ ବ୍ୟବହାରକୁ ସମ୍ପୂର୍ଣ୍ଣ ମନା କରିବା ପାଇଁ ସ୍ଥିର କରାଗଲା । ପେଟ୍ରୋଲ ପମ୍ପ କର୍ମଚାରୀ ନିୟମିତ ସେମାନଙ୍କ ୟୁନିଫର୍ମ ବ୍ୟବହାର କରିବେ । ଆବଶ୍ୟକ ସ୍ଥଳେ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସମସ୍ତ ସହଯୋଗ ପ୍ରଦାନ ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ବଣିଜର ଉର୍ଦ୍ଧରେ ରହି ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଶବର ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ସହଯୋଗ ଲୋଡିଥିଲେ । ଉପଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ରାୟଗଡ଼ାବାସୀ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.