ରିଷିଡାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ: ୪ ଆଶାକର୍ମୀ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜେ.କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆର୍ନ୍ତଜାତୀୟ ୧୦ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିସ ଓ କିଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଥର ଥିମ ଥିଲା ସାହାର୍ଯ୍ୟକାରୀଙ୍କୁ ସାହାଯ୍ୟ (ହେଲପିଙ୍ଗ ଦ ହେଲପ) । ବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା ମୁଖ୍ୟଅତିଥି, ସିଆରସିସି ତଥା ବିଶିଷ୍ଠ କଣ୍ଠଶିଳ୍ପୀ ହେମାଦ୍ରୀ ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜଣକୁ ସାହାର୍ଯ୍ୟକଲେ ଆମେ ସାହାର୍ଯ୍ୟ ପାଇପାରିବା, ଦୟା ସ୍ନେହ, ପରୋପକାରୀ ମାନସିକତା ରହିଲେ ମାନବ ସମାଜର ମଙ୍ଗଳ ହେବବୋଲି ମତବ୍ୟକ୍ତ କରିଥିଲେ । କିସର ପୂର୍ବତନ ଛାତ୍ର ତଥା ଅଧ୍ୟାପକ ନୀଳାମ୍ବର ପାତ୍ର ଆର୍ଟ ଅଫ ଗିରିଙ୍ଗ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ କିସ ଆବାସିକ ବିଦ୍ୟାଳୟ କଳାହାଣ୍ଡିର ମେସ ଇନଚାର୍ଜ କେଶବ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । କିସ ଆବାସିକ ବିଦ୍ୟାଳୟ କଳାହାଣ୍ଡିର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ରଣା ସଭା ସଂଯୋଜନା କରିଥିଲେ । ଏହି ଅବସରରେ ୪ଜଣ ଆଶାକର୍ମୀଙ୍କ ନିସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ରିଷିଡା ସଲଣ୍ଡିଆମୁଣ୍ଡାର ମୀନା ଗହୀର, କୁମ୍ଭାରପଡାର ବବିତା ସାହୁ, କନ୍ଧପଡାର ଡାଲିମ୍ବ ଭୋଇ, ତେରେସିଂହାର କସ୍ତୁରୀ ରଣା । ଏଥିରେ କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ଶତାଧିକ କିସ ଅଭିଭାବକ, ପୁରାତନ ଛାତ୍ର ଓ ବର୍ତ୍ତମାନ ର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଚିନ୍ମୟ ରଣା, ଜଗଦିଶ ଭୋଇ, ଯୋଗିନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.