୧୨ ମାସ ହେବ ଅର୍ଥ ନ ପାଇବାରୁ କୋଚ ପଦରୁ ଇସ୍ତଫା ଦେଲେ ସିଗଫ୍ରିଡ

ଓଡ଼ିଆ ବାର୍ତ୍ତା/ ଲାହୋର: ପାକିସ୍ତାନ ହକି ଟିମର କୋଚ ସିଗଫ୍ରିଡ ଏକମ୍ୟାନ ଶନିବାର କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ୧ ବର୍ଷ ହେବ ନେଦରଲାଣ୍ଡର ଏହି କୋଚଜଣଙ୍କ ଟଙ୍କାଟିଏ ପାରିଶ୍ରମିକ ନ ପାଇବାରୁ ଅସନ୍ତୁଷ୍ଟ ହୋଇ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ସେ ପାକିସ୍ତାନରୁ ଫେରି ଆସିଥିଲେ ମଧ୍ୟ କୋଚ ପଦରୁ ଇସ୍ତଫା ଘୋଷଣା କରି ନ ଥିଲେ । ବର୍ଷକର ଅର୍ଥ ପାଇବା ଆଶାରେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ଏକମ୍ୟାନ ଇସ୍ତଫା ଦେବା ପରେ ନେଦରଲାଣ୍ଡର ଆଉ ଜଣେ କୋଚ ରୋଲେଂଟ ଓଲ୍ଟମ୍ୟାନ୍ସ ଇତିମଧ୍ୟରେ ପାକିସ୍ତାନରେ ପଂହଚିଛନ୍ତି । ପାକିସ୍ତାନ ହକି ମହାସଂଘ କଂଟିନେଂଟାଂଲ ଇଭେଂଟ ପାଇଁ ଜୁନିୟର ଟିମର ଦାୟିତ୍ୱ ପ୍ରଦାନ କରିଛନ୍ତି ।

ପାକିସ୍ତାନ ହକି ସଂଘ ଓ ପାକିସ୍ତାନ ସ୍ପୋର୍ଟ୍ସ ବୋର୍ଡ ମଧ୍ୟରେ ବିବାଦ ଉପୁଜିଥିବାରୁ ଏକମ୍ୟାନଙ୍କ ବକେୟା ଅର୍ଥ ପ୍ରଦାନ କରାଯାଇ ପାରି ନ ଥିଲା ବୋଲି ଜନୈକ ଅଧିକାରୀ କହିଛନ୍ତି । ଖୁବ ଶୀଘ୍ର ତାଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ହକି ସଂଘ କହିଛି । ପାକିସ୍ତାନର ଆର୍ଥୀକ ଅବସ୍ଥା ଭଲ ନ ଥିବାରୁ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.