ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ନର୍ଲା ବିଧାୟକ ଭୂପିନ୍ଦର ସିଂ କର୍ଲାମୁଣ୍ଡା ବ୍ଲକର ରିଷିଡା ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ମନ୍ଦିର କମିଟିର ସଭାପତି ଶିବଲାଲ କେଡିଆ ସଭାପତିତ୍ୱ କରିଥିଲେ । ସଂପାଦକ ଅନ୍ତର୍ଯ୍ୟାମୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଂଚ ସେବତୀ ରଣା, ସମିତି ସଭ୍ୟ ସିନୁ ବେହେରା ପ୍ରମୁଖ ଯୋଗଦେଇ ଏକ ବର୍ଷ ମଧ୍ୟରେ ମନ୍ଦିର ସଂପୂର୍ଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ନରୋତ୍ତମ ସେଲମା ସଭା ପରିଚାଳନା କରିଥିବା ବେଳେ ରୋହିତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଧାୟକ ଶ୍ରୀ ସିଂ ବାପୁଜୀ ମିନି ଷ୍ଟାଡିୟମ ଠାରେ ଚେଂଜିଙ୍ଗ ରୁମ ଓ ଗ୍ୟାଲେରୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରିଷିଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଶ୍ରେଣୀ ପ୍ରକୋଷ୍ଠର ମଧ୍ୟ ଶିଳାନ୍ୟାସ କରିଥିଲେ । ଏଥିରେ ସଭାପତି ନେମିଚାନ୍ଦ ଜୈନ, ତହସିଲଦାର ମିଳନ କୁମାର ଝାଙ୍କର ମଧ୍ୟ ଯୋଗ ଦେଇଥିଲେ ।