PM ମୋଦୀ କରିବେ ସଂସଦ ଭବନ ଉଦଘାଟନ; ଆପ୍, ଟିଏମସି ଭଳି କଂଗ୍ରେସ କରିପାରେ ବୟକଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମେ ୨୮ରେ ନୂଆ ସଂସଦ ଭବନର ଉଦଘାଟନୀ ସମାରୋହରେ ଆମ୍ ଆଦମୀ ପାର୍ଟି, ଟିଏମସି ଏବଂ କଂଗ୍ରେସ ପାର୍ଟି ଉପସ୍ଥିତ ରହିବେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆମ୍ ଆଦମୀ ପାର୍ଟି ଏବଂ ଟିଏମସି ଏହି ଉଦଘାଟନୀ ସମାରୋହକୁ ବୟକଟ କରିବେ। ଏହା ସହିତ କଂଗ୍ରେସ ମଧ୍ୟ ଏହି ଉଦଘାଟନୀ ସମାରୋହକୁ ବୟକଟ କରିପାରେ। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଗୃହର ଉଦଘାଟନ କରିବେ। ଆମ୍ ଆଦମୀ ପାର୍ଟି ଦଳର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ସଂସଦ ଗୃହର ଉଦଘାଟନୀ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନକରିବା ଅତ୍ୟନ୍ତ ଅପମାନ। ଏହା ଦଳିତ ଆଦିବାସୀ ତଥା ବଞ୍ଚିତ ସମାଜ ପାଇଁ ଅପମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାନ୍ୟବର ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ନକରିବା ବିରୋଧରେ ଆମ୍ ଆଦମୀ ପାର୍ଟି ଉଦଘାଟନୀ କାର୍ଯ୍ୟକ୍ରମକୁ ବୟକଟ କରିବ। ଏଥି ସହ ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଡେରେକ ଓବ୍ରାଇନ୍ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରୁ ନିବୃତ ରହିବେ। ସେ ଲେଖିଛନ୍ତି, “ସଂସଦ କେବଳ ଏକ ନୂଆ ଭବନ ନୁହେଁ; ଏହା ଏକ ପୁରୁଣା ପରମ୍ପରା, ମୂଲ୍ୟବୋଧ, ପ୍ରାଥମିକତା ଏବଂ ନିୟମ ସହିତ ଏକ ପ୍ରତିଷ୍ଠା ଅଟେ। ଏହା ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଅଟେ। ପ୍ରଧାନମନ୍ତ୍ରୀ ମୋଦୀ ଏହା ବୁଝନ୍ତି ନାହିଁ। ଉଲ୍ଲେଖଯୋଗ୍ଯ, ନୂଆ ସଂସଦ ଭିଷ୍ଟା ପ୍ରକଳ୍ପ ଜରିଆରେ ତିଆରି ହୋଇଛି। ଏହି ପ୍ରକଳ୍ପକୁ ନେଇ ଆରମ୍ଭରୁ ବିରୋଧୀ ସରକାରକୁ ସମାଲୋଚନା କରୁଛନ୍ତି। କୋଭିଡ୍ ବେଳେ ନୂଆ ସଂସଦ ଭବନ ତିଆରି ଚାଲିଥିଲା। ଯାହାକୁ ବିରୋଧ କରି କୋର୍ଟ ଯାଏ ଯାଇଥିଲା ମାମଲା। ସେହି ସମୟରେ କୋଠାରେ ଅଶୋକ ସ୍ତମ୍ଭର ପ୍ରତୀକକୁ ନେଇ ବିବାଦ ଦେଖାଦେଇଥିଲା। ଏହାପରେ ପୁଣି ବିରୋଧୀଙ୍କ ଯୁକ୍ତି ଖାରଜ ହୋଇଥିଲା। ଆଉ ଏବେ ଉଦଘାଟନୀ ସମାରୋହକୁ ନେଇ ଆରମ୍ଭ ହୋଇଛି ବିବାଦ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.