ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚୂଡାପାହାଡର ପାଦଦେଶରେ ଥିବା ଦୁଇ ପ୍ରମୁଖ ଶିବ ମନ୍ଦିରେ ଶିବ ପାର୍ବତିଙ୍କ ବିବାହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । କରଞ୍ଜକୋଟ ଶ୍ରୀ ଶ୍ରୀ ରାମେଶ୍ୱର ସ୍ୱାମୀ ମନ୍ଦିରରେ ଶିବ ପାର୍ବତିଙ୍କ ବିବାହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଦେବ ଦମ୍ପତିଙ୍କ ବିବାହ ପାଇଁ ଚଳ ଚଞ୍ଚଳ ହୋଇ ଉଠିଥିଲା ଚୂଡାପାହାଡ ପାଦ ଦେଶ ଅଞ୍ଚଳର । ଶିବଙ୍କ ମାତା ପିତା ଦାୟୀତ୍ୱ ତୁଲାଇଥିଲେ ସର୍ଗିଫୁଲଯୁବ ଗ୍ରାମର ଦମ୍ପତ୍ତି ଗିରିଧାରୀ ଚନ୍ଦନ ଓ ଶ୍ରୀମତିଗୁଣମତି ଚନ୍ଦନ । ଦେବୀ ପାର୍ବର୍ତିଙ୍କ ମାତା ପିତା ଦାୟୀତ୍ୱ ତୁଲାଇଥିଲେ କରଞ୍ଜକୋଟ ଗ୍ରାମର ହିରା କେତକୀ ଓ ଶ୍ରୀମତି କୁନ୍ତି କେତକି । ଏଥିପାଇଁ ଦୁଇ ପରିବାର ସମ୍ପର୍କିୟ ଲୋକେ ବନ୍ଦୁ ବାନ୍ଧବ ସବୁ ଏକଜୁଟ ହୋଇଥିଲେ ଓ ଦୁଇ ଗ୍ରାମ ସମେତ ଆଖପାଖ ଗ୍ରାମର ଲୋକେ ଉପସ୍ଥିତ ରହିଥିଲେ । ବିବାହ ପାଇଁ ବରଯାତ୍ରୀମାନଙ୍କ ସହିତ ପାରମ୍ପାରିକ ବାଦ୍ୟରେ ଦେବ ଦେବ ମହାଦେବ କନ୍ୟାପିତାଙ୍କ ଘରେ ପହଞ୍ôଚବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ପଞ୍ଚାନନ ସତପଥି ବିବାହ କାର୍ଯ୍ୟ ତୁଲାଇ ଥିଲେ । ସାମାଜିକ ରିତି ନିତି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ଦିର୍ଘ ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଥିବା ବେଳେ ଶିବ ମନ୍ଦିର ପରିଚାଳନା କମିଟି ସଭାପତି କୁରୁକ୍ଷେତ୍ର ବନ୍ଦିଛୋଡ,ଉପ ସଭାପତି ଶ୍ୟାମ ସୁନ୍ଦର ଛତ୍ରିଆ, ସଂପାଦକ ଭିଡି ହଂସ,ସହ ସଂପାଦକ ବିକ୍ରମ କେତକୀ ଓ କୋଷାଧ୍ୟକ୍ଷ ଲକ୍ଷଣ ଦୋରା ତଥା ନୂଆଗାଁ ସରପଞ୍ଚ ଦୁଶ୍ମନ୍ତ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଠିକ ସେହିପରି ଚୁଡାପାହାଡର ଅନ୍ୟ ପାଶ୍ୱର୍ର ପାଦ ଦେଶରେ ଥିବା ବାବା ଧବଳେଶ୍ୱର ମହାଦେବଙ୍କ ବିବାହଉତ୍ସବ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି ।