ଡବ୍ଲ୍ୟୁଟିସି ଫାଇନାଲରେ ଡ୍ୟୁକ ବଲ ଭାରତକୁ ଅସୁବିଧାରେ ପକାଇପାରେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଓଭାଲରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଡ୍ୟୁକ ବଲର ବ୍ୟବହାର ହେବ । ଭାରତର ଅଧିକାଂଶ ଖେଳାଳି ଏବେ ଆଇପିଏଲ ଖେଳି ଆସିଛନ୍ତି । ସେଠାରେ ନାଲି ବଲରେ ସେମାନେ ଅଭ୍ୟାସ କରୁଥିଲେ । ଗତ ସଂସ୍କରଣରେ ମଧ୍ୟ ଭାରତୀୟ ବୋଲର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡର ୱିକେଟ ହାସଲ କରିପାରି ନ ଥିଲେ । ଅବଶ୍ୟ ଭାରତୀୟ ଖେଳାଳିମାନେ ଡ୍ୟୁକ ବଲରେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ କହିବା ଅନୁସାରେ ଡ୍ୟୁକ ବଲରେ ଅଭ୍ୟାସ କରିବା ପାଇଁ ଆମ ପାଖରେ ଯଥେଷ୍ଟ ସମୟ ରହିଛି । ଜୁନ ୭ରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବାରୁ ଆମ ନିକଟରେ ଆହୁରି ୬ ଦିନର ସମୟ ଅଛି । ଭାରତରେ ୪୦ ଡିଗ୍ରୀ ପରିବେଶରେ ଖେଳିବା ପରେ ଆମେ ଏଠାରେ ଏବେ ଥଣ୍ଡା ପରିବେଶରେ ଅଭ୍ୟାସ କରୁଛୁ । ଅବଶ୍ୟ ଇଂଲଣ୍ଡ ପିଚରେ ସ୍ପିନରଙ୍କ ତୁଳନାରେ ପେସ ବୋଲରଙ୍କ ଦାୟିତ୍ୱ ଅଧିକ ରହିବ । ଏଠାକାର ସୁଇଂ ବୋଲିଂ ଟ୍ରମ୍ପ କାର୍ଡ ସାଜିବ ବୋଲି ସେ କହିଛନ୍ତି । ଆମେ ଏବେ ଯୋଜନା ମୁତାବକ ପ୍ରସ୍ତୁତ କରୁଛୁ । ଲାଇନ ଲେନ୍ଥ ବୋଲିଂ ସହ ବ୍ୟାଟ୍ସମ୍ୟାନମାନେ ମଧ୍ୟ ସୁଇଂ ବୋଲିଂ ସାମ୍ନା କରିବା ପାଇଁ ଅଭ୍ୟାସ କରୁଛନ୍ତି । ଦଳରେ ଦକ୍ଷତା ସମ୍ପନ୍ନ ଖେଳାଳି ଥିବାରୁ ଆମେ ଫାଇନାଲରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.