ଦୋକାନରୁ ଚୋରି, ଥାନାର ଦ୍ୱାରସ୍ଥ ଦୋକାନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରେ ଦିନକୁ ଦିନ ଚୋରି, ରହାଜାନି, ଡକାୟତି, ମନ୍ଦିରରେ ଚୋରି, ତାଲା ବନ୍ଦ ଥିବା ଘରେ ଚୋରି, ବଡ ବଡ ଦୋକାନରେ ଚୋରି ଭଳି ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ ଏବେ ଛୋଟ ଛୋଟ କିରାନା ଦୋକାନଗୁଡିକରେ ମଧ୍ୟ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଆଜି ରାୟଗଡା ମୁଖ୍ୟ ବଜାରରେ ଥିବା ମାର୍କେଟ କଂପ୍ଳେକ୍ସର ଏକ ଦୋକାନର ସଟରକୁ ତାଡି ଦୁର୍ବୁତମାନେ ଦୋକାନରେ ଥିବା ୮୨ ହଜାର ଟଙ୍କା ସହ କାଉଂଟରରେ ଥିବା ଏକ ସୁନା ମୁଦି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ସକାଳେ ଦୋକାନ ମାଲିକ ଇପିିଲି ପୋଲେଶ ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ ସଟର ଭଙ୍ଗା ଯାଇଥିବା ଦେଖି ରାୟଗଡା ଥାନା ପୋଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ, ଡଗ ସ୍କାର୍ଡ ପଂହଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲଗାତାର ଭାବେ ଡେଲି ମାର୍କେଟ ପରିସରରେ ଚୋରି ବୃଦ୍ଧି ପାଉଥିବାରୁ ଦୋକାନୀମାନେ ସିସିଟିଭି ବ୍ୟବସ୍ଥା ସହ ପେଟ୍ରୋଲିଂ କଡାକଡି କରିବାକୁ ଦାବି କରି ରାୟଗଡା ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଦାବି କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.