ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକଡ୍ରିଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରିହେବ ସେନେଇ ସୋମବାର କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ମକଡ୍ରିଲ କାର୍ୟ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, କୋକସରା ଅଗ୍ନିଶମ ବିଭାଗ ଇନଚାର୍ଜ ଅନନ୍ତ ପଟେଲ, ସ୍ୱାସ୍ଥ ବିଭାଗରୁ ଡାକ୍ତର ପ୍ରତାପ ତ୍ରିପାଠୀ, ଫାର୍ମାସିଷ୍ଟ ସୁଭେନ୍ଦୁ ପଣ୍ଡା, ରାଜସ୍ୱ ବିଭାଗ, ବିଦ୍ୟୁତ୍ ବିଭାଗ ସମେତ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା। ଅଗ୍ନିଶମ ବିଭାଗର ଗିରିଧାରୀ ଦଣ୍ଡସେନା, ଦିଗାମ୍ବର ଶବର, ପୂର୍ଣ୍ଣଚନ୍ଦ୍ର ବୋନଗୁଲା, ଶ୍ୟାମଲାଲ ଗଣ୍ଡ, ରାଧେଶ୍ୟାମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଲି ମୁକାବିଲା କରିବେ ଏବଂ ଧନ ଜୀବନ ବିପଦରେ ପଡୁଥିବା ବେଳେ ଟିକିଏ ସାବଧାନତା ହେଲେ ଏହି ବିପଦରୁ କେମିତି ସୁରକ୍ଷିତ ରହିବା ସେନେଇ ଉପସ୍ଥିତ ଲୋକ ମାନଙ୍କୁ ଡେମୋ ପ୍ରଦର୍ଶନ କରି ଦେଖାଇଥିଲେ। କାର୍ଯ୍ୟକ୍ରମ କୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ନିରୀକ୍ଷିକା ଝାନସି ରାଣୀ ଦିଶାରୀ, ରମଣୀ ରଂଜନ ପ୍ରଧାନୀ ସମେତ ପିଇଓ, ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଳକ କର୍ମଚାରୀମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.