୨୦୨୪ ନିର୍ବାଚନରେ ଏନଡିଏ ବିପକ୍ଷରେ କେଉଁ ନାଁରେ ଲଢ଼ିବେ ବିରୋଧୀ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିରୋଧୀ ଦଳ ୨୦୨୪ ନିର୍ବାଚନ ପୂର୍ବରୁ ଏକାଠି ହେବାକୁ ଚେଷ୍ଟା କରୁଛନ୍ତି । ଆଉ ବିରୋଧୀ ଏକତା ମେଣ୍ଟର ନାଁ ପିଡିଏ ରହିବ ବୋଲି କୁହାଯାଉଛି । ତେବେ ବିରୋଧୀ ମେଣ୍ଟର ନା ପିଡିଏ ରହିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସିପିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ମେଣ୍ଟର ନାଁ ପିଡିଏ ରହିପାରେ । ତେବେ କଂଗ୍ରେସର କହିବା କଥା ନାଁ ଉପରେ ଚର୍ଚ୍ଚା, ଆଲୋଚନା ହୋଇ ନାହିଁ ।ସିପିଆଇ ଅନୁସାରେ, ମେଣ୍ଟର ନାଁ ପିଡିଏ (ଦେଶଭକ୍ତ ଲୋକତାନ୍ତ୍ରିକ ମେଣ୍ଟ) ହେବ । ଏହା ପୂର୍ବରୁ ଅଖିଳେଶ ଯାଦବ ମଧ୍ୟ ଏନଡିଏର ମୁକାବିଲା ପାଇଁ ପିଡିଏ ପଛୁଆ, ଦଳିତ, ଅଳ୍ପସଂଖ୍ୟକ ମେଣ୍ଟ ନାରା ଦେଇଥିଲେ । ବିରୋଧୀ ଦଳମାନଙ୍କର ଆଗାମୀ ବୈଠକ ଜୁଲାଇ ୧୨ରୁ ୧୪ ମଧ୍ୟରେ ଶିମଳାରେ ବସିବ । ଦୁଇ ଦିନିଆ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇପାରେ । କୁହାଯାଉଛି ବିରୋଧୀ ମେଣ୍ଟର ନାମ ପିଡିଏ ରହିବ । ସେହିଭଳି ମେଣ୍ଟର ସଂଯୋଜକ ରହିବେ ନୀତିଶ କୁମାର । ଏହା ପୂର୍ବରୁ ଜୁନ୍ ୨୩ରେ ପାଟଣାରେ ବିରୋଧୀ ଦଳ ଏକାଠି ହୋଇଥିଲେ । ବୈଠକରେ କଂଗ୍ରେସ ସମେତ ଅନ୍ୟ ଦଳ ଭାଗ ନେଇଥିଲେ ।୨୦୨୪ ନିର୍ବାଚନରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ରଣନୀତି ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରିଥିଲେ ତମାମ୍ ବିରୋଧୀ ଦଳ । ଉକ୍ତ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ଅନ୍ୟ ବିରୋଧୀ ଦଳ ନେତା ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.