ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ଥାନୀୟ ରାମଚନ୍ଦ୍ର ମରଦରାଜ ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଡ.ବିମଳ ପ୍ରାସାଦ ସାହୁ ଏବଂ ମୁଖ୍ୟ କିରାଣୀ ତଥା ହିସାବ ରକ୍ଷକ ସନ୍ତୋଷ କୁମାର ବିଷୋୟୀଙ୍କୁ କଲେଜ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଭାବ ବିହ୍ଵଳ ପରିବେଶରେ ଅବସରକାଳୀନ ସମ୍ବର୍ଧନା ଦିଆଯାଇଥିବା ଜଣାପଡିଛି। ଭାରପ୍ରାପ୍ତ ଅଧକ୍ଷ ଡ.ସାହୁ ଗତ ୧୯୯୧ ମସିହାରେ ରସାୟନ ବିଭାଗ ଅଧ୍ୟାପକ ଭାବେ ଯୋଗ ଦେବା ସହ ରସାୟନ ବିଭାଗ ସ୍ନାତକୋତ୍ତର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଭାରପ୍ରାପ୍ତ ଅଧକ୍ଷ ଦାୟିତ୍ୱ ତୁଲାଇଥିଲେ l ସେହିପରି ଶ୍ରୀ ବିଷୋୟୀ କଲେଜରେ କନିଷ୍ଠ କିରାଣୀ ଭାବେ ଗତ ୧୯୮୯ ରେ ଦାୟିତ୍ୱ ନେଇଥିବା ବେଳେ ପରେ ମୁଖ୍ୟ କିରାଣୀ ଓ ହିସାବ ରକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରି ଅବସର ଗ୍ରହଣ କରିଥିଲେ l