ରାୟଗଡା ଜିଲ୍ଳା ରଙ୍ଗତୂଳି କଳାକାର ସଂଘର ୧୧ଦଫା ଦାବି

ସ୍ୱତନ୍ତ୍ର ରଙ୍ଗ ତୁଳୀ କଳାକାର କଲ୍ୟାଣ ବୋର୍ଡ ଗଠନ କରିବା ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅଲ୍ ଓଡିଶା ପେଂଟିଙ୍ଗ ଆର୍ଟିଷ୍ଟସ ୱାକସ ଆସୋସିଏସନର ରାଜ୍ୟ ସଂଘ ସାଧାରଣ ସଂପାଦକ ରଂଜନ ମିଶ୍ରଙ୍କ ନେତୃତ୍ୱରେ ରାୟଗଡା ଜିଲ୍ଳା ଶାଖା କମିଟି ପକ୍ଷରୁ ଆଜି ୧୧ଦଫା ସମ୍ବିଳତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏଥିରେ ରଙ୍ଗତୁଳୀ କଳାକାରଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରିବା,ବର୍ଷସାରା କାମର ସୁଯୋଗ ସୃ୍‌ଷ୍ଟି କରିବା ସହିତ ବର୍ଗଫୁଟ ହିସାବରେ ସଠିକ୍ ପାରିଶ୍ରମିକ ପ୍ରଦାନ କରିବା,ଠିକାଦାର ପ୍ରଥା ବନ୍ଦ କରି ସ୍ୱତନ୍ତ୍ର ରଙ୍ଗ ତୁଳୀ କଳାକାର କଲ୍ୟାଣ ବୋର୍ଡ ଗଠନ କରିବା ଓ ସେହି ବୋର୍ଡ ମାଧ୍ୟମରେ କାମ ଏବଂ ସାମାଜିକ ସୁରକ୍ଷା ଯୋଗାଇ ଦେବା ଭଳି ଦାବି ଉପସ୍ଥାପନା କରାଯାଇଛି । ସମଗ୍ର ରାଜ୍ୟରେ ହଜାର ହଜାର ରଙ୍ଗ ତୁଳୀ କଳାକାର ପାରମ୍ପରିକ ପଦ୍ଧତିରେ ବର୍ଷ ବର୍ଷ ଧରି ବିବାହ,ବ୍ରତୋପନୟନ ଆଦି ମାଙ୍ଗଳିକ କାର୍ଯ୍ୟରେ ଚିତ୍ର ଆଙ୍କିବା ଠାରୁ ଆରମ୍ଭ କରି ସାଇନବୋର୍ଡ, ବ୍ୟାନର, ସରକାରୀ ଓ ବେସରକାରୀ ସଂସ୍ଥାର ବିଞାପନକୁ କାନ୍ଥରେ ଲେଖିବା ଓ ଚିତ୍ର ମାଧ୍ୟମରେ ସହର ସୈାନ୍ଦର୍ଯ୍ୟକରଣ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକାରି ନିଜେ ବଂଚିବା ସହ ପରିବାରର ଗୁଜରାଣ ମେଂଟାଇ ଆସୁଛନ୍ତି । ବର୍ତମାନ ଯେତେ ନୂଆ ନୂଆ ଟେକ୍ନୋଲୋଜିର ପ୍ରସାର ହେଲେ ସୁଦ୍ଧା ରଙ୍ଗତୁଳୀ କାମର ଆଜି ବି ଚାହିଦା ରହିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସ୍ୱାଧୀନତାର ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ଏହି କଳାକାର ମାନଙ୍କ ନିମନ୍ତେ କୈାଣସି ଆଇନ, ମଜୁରୀ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଆଦି କିଛି ବ୍ୟବସ୍ଥା ସରକାର ଦ୍ୱାରା କରାଯାଉ ନ ଥିବାରୁ ଏମାନେ ଶୋଷଣର ଶୀକାର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଦୀର୍ଘ ୮ବର୍ଷ ଧରି ସରକାରଙ୍କ ଠାରେ ରଙ୍ଗତୂଳି କଳାକାରମାନଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଉପରୋକ୍ତ ଦାବିଗୁଡିକ ଉପସ୍ଥାପନା କରାଯାଉଥିବା ବେଳେ ସରକାର କୈାଣସି ପ୍ରକାର କର୍ଣ୍ଣପାତ କରୁନାହାନ୍ତି ଏବଂ ଗାଡିଗୁଡିକର ହାଇସିକ୍ୟୁରିଟି ନମ୍ବର ପ୍ଳେଟ ନାମରେ ରଙ୍ଗତୁଳୀ କଳାକାରମାନଙ୍କ ରୋଜଗାଉ ଉପରେ ରୋକ୍ ଲଗାଇବା ଭଳି କାମ କରିଛନ୍ତି ବୋଲି ରାଜ୍ୟ ସଂଘ ସାଧାରଣ ସଂପାଦକ ରଂଜନ ମିଶ୍ର ପ୍ରକାଶ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଳା ସଭାପତି ପ୍ରଦୀପ କୁମାର ପଣ୍ଡା,ଉପସଭାପତି ଗୋପିନାଥ ପାଳ, ସଂପାଦକ ପି.ମଣିକୁମାର, କୋଷାଧ୍ୟକ୍ଷ ଏଲ.ବି.ପଟ୍ଟନାୟକ, ଉପଦେଷ୍ଠା ଏଲ.ମାଣିକ୍ୟ ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.