ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷରୁ ପିଅନ ଭାବରେ କାର୍ଯ୍ୟ କରି ଆସୁଥିବା ସୀମାଞ୍ଚଳ ଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ସେ ପକ୍ଷାଗାତ ବେମାର ରେ ପିଡିତ ଥିଲେ । ସେ ଜଣେ ଭଦ୍ର, ଅମାୟିକ, ଛାତ୍ର ବତ୍ସଳ, କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ନର୍ଲା ହାଇସ୍କୁଲର ପ୍ରାଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ, ହାଇସ୍କୁଲ କର୍ମଚାରୀ ସୁବାସ ପଧାନ, ତେଜରାଜ ସାହୁ, ତାରିଣୀ ଧଙ୍ଗଡାମାଝୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସଚନ୍ଦ୍ର ଚାନ୍ଦ, ପୂର୍ବତନ ଶିକ୍ଷକ ସୁରେଶ ଦାସ, ନର୍ଲା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପିଇଟି ସୁମନ୍ତ ପୁଝାରୀ, ରାଜେଶ ଚାନ୍ଦ୍, ନର୍ଲା ଡିଗ୍ରୀ ମହା ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ନାଏକ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାରର ସଦ୍ଗତି କାମନା କରିଛନ୍ତି ।