କର୍ଲାମୁଣ୍ଡା ପେକ୍ସ ସଭାପତି ଗୋବର୍ଦ୍ଧନ ଭୋଇଙ୍କ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ତଥା ବ୍ଳକ କନ୍ଧ ସମାଜ ସଭାପତି ଗୋବର୍ଦ୍ଧନ ଭୋଇଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି l ବଡ଼ ପୁଅ ତଥା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଉପସ୍ଥିତ ଥିଲେ । ଶାବଧାରରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ l ସ୍ବର୍ଗତ ଭୋଇ କର୍ଲାମୁଣ୍ଡା ପେକ୍ସର ଲଗାତାର ୩ ଥର ସଭାପତି ଭାବେ ରହିଆସିଥିବା ବେଳେ ପୂର୍ବରୁ ପେକ୍ସ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ l ସେ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ ଓ କର୍ଲାମୁଣ୍ଡା ହାଇସ୍କୁଲ ପାଇଁ ଭୂମିଦାନ କରିବାରେ ମୁଖ୍ୟ ଭୂମିକା ନିଭାଇ ଥିଲେ । ତାଙ୍କ ବିୟୋଗରେ ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀଙ୍କ ସମେତ, କର୍ଲାମୁଣ୍ଡା ପ୍ରେସ କ୍ଲବ, କର୍ଲାମୁଣ୍ଡା ଜନ ଜାଗରଣ ମଞ୍ଚ, କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚ, ଆଦିବାସୀ ସଂଘ, ଆଦିସ୍କନ୍ଦ ସମାଜ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.