ଡିଆଇଟି ପକ୍ଷରୁ କୁଇ ଓ କୁୱି ଭାଷା ସମ୍ପର୍କିତ ୫ଦିନିଆ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ କୁଇ ଓ କୁୱି ଭାଷାରେ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବରୁ ଓଡ଼ିଆ ଭାଷାରେ ପ୍ରସ୍ତୁତ ହୋଇଥିବା ଖେଳନା ସମନ୍ବିତ ଶିକ୍ଷାଦାନ ପଦ୍ଧତି ଉପରେ ପର୍ଯ୍ୟବେସିତ ଶିକ୍ଷକ ପ୍ରଦର୍ଶିକାକୁ କଳାହାଣ୍ଡି ଜିଲ୍ଳାରେ ବ୍ୟବହୃତ କୁଇ ଓ କୁୱି ଭାଷାରେ ଅନୁବାଦ କରାଯାଉଛି। ଡିଆଇଇଟି କଳାହାଣ୍ଡିର ଅଧ୍ୟକ୍ଷା ଡକ୍ଟର ସ୍ନେହପ୍ରଭା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ନିହାରିକା ଦେବୀ , ପ୍ରଶିକ୍ଷକ ଈଶ୍ୱରଚନ୍ଦ୍ର ବେହେରା ସଫଳ ଅନୁବାଦ ଉପରେ ଧାରଣା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ମମିତା ଦୋରା, ଅଚ୍ୟୁତାନନ୍ଦ ମଲ୍ଲିକ, ସୁନୀତା ଦୁର୍ଗା, ରାଜୀଵଲୋଚନ ପଣ୍ଡା ସହାୟତା କରିଥିଲେ। ଜିଲ୍ଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ ମ.ରାମପୁର ବ୍ଳକରେ ଏହି ଭାଷା ଦ୍ବୟ ବ୍ୟବହାର ହେଉଥିବା ଦୃଷ୍ଟିରୁ ତାହାକୁ ଦୃଷ୍ଟିରେ ଶିକ୍ଷକ ସହାୟକ ପୁସ୍ତିକା ଅନୁବାଦିତ ହେଉଛି। ଏଥିରେ ଶିକ୍ଷକ ଡିଲେଶ୍ୱର ରଣା, ତ୍ରିନାଥଶ୍ୟାମ କୁମାର, ନିରଞ୍ଜନ ମାଝୀ, ବିକ୍ରମ ମାଝୀ, ଅରକ୍ଷିତ ମାଝୀ, ଜଳନ୍ଧର ମାଝୀ, ସୁରେନ୍ଦ୍ର ମାଝୀ, ଧନସିଂ ମାଝୀ, ଘାସି ମାଝୀ, ନବୀନ ପ୍ରଧାନ, ମିଲୁ ପ୍ରଧାନ, ସୁବାସ ମାଝୀ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ। ଏହା ୧୭ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ୨୧ ଯାଏଁ ଚାଲିବ ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.