‘ଆମ ଓଡିଶା ନବୀନ ଓଡିଶା’ରେ ନର୍ଲା ବିକାଶ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କାଳିଆ, ବଳିଆ, ମୋ ଘର ପ୍ରଭୃତି ଯୋଜନା ପରେ ଏବେ ରାଜ୍ୟ ସରକାର ଆଉ ଏକ ଯୋଜନା ପ୍ରଣୟନ କରିଛନ୍ତି “ଆମ ଓଡିଶା ନବୀନ ଓଡିଶା” । କାଳିଆ, ବଳିଆ ଯୋଜନା ଚାଷୀଙ୍କ ପାଇଁ ରହିଥିବା ବେଳେ ଗୃହ ହୀନ ଗରୀବ ମାନଙ୍କ ପାଇଁ ପ୍ରଣୟନ କରିଛନ୍ତି “ମୋ ଘର” ଯୋଜନା । ଓଡିଶା ହେଉଛି ଜଗନ୍ନାଥ ସଂସ୍କୃତିର ରାଜ୍ୟ । ଆମ ସଂସ୍କୃତି ଓ ପରମ୍ପରାର ମୂଳାଧାର ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ଏଣୁ ଜଗନ୍ନାଥ ସଂସ୍କୃତିକୁ ନେଇ “ଆମ ଓଡିଶା ନବୀନ ଓଡିଶା” ଯୋଜନା ପ୍ରଣୟନ କରିଛନ୍ତି ରାଜ୍ୟ ସରକାର । ଏଥିରେ ପ୍ରତି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିକାଶ ପାଇଁ ଅନୁଦାନ ରହିଛି ୫୦ ଲକ୍ଷ ଟଙ୍କା । ଏଥିରେ ଜଗନ୍ନାଥ ମନ୍ଦିର, ମନ୍ଦିର ସବୁର ପାଚେରୀ ନିର୍ମାଣ, ମରାମତି କାର୍ଯ୍ୟ, ନୂଆ ମନ୍ଦିର ନିର୍ମାଣ, ଗ୍ରାମ ଗୁଡିକର ଧରଣୀ ଶାଳ, ପ୍ରହରୀ ମଣ୍ଡପ, ସ୍କୁଲ ଓ କ୍ରୀଡା ପାଇଁ ଭିତ୍ତିଭୂମି ବିକାଶ ଦିଗରେ ଖର୍ଚ୍ଚ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ଗାଇଡ ଲାଇନ ରହିଥିବା ଜଣାପଡିଛି । ଏହି ଯୋଜନା ଅଧିନରେ ନର୍ଲା ବ୍ଲକ ଅଧିନରେ ରହିଥିବା ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିକାଶ ଓ ଉନ୍ନୟନ କାର୍ଯ୍ୟପାଇଁ ୧୩ କୋଟି ଟଙ୍କା ଆସିଥିବା ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ସୂଚନା ଦେଇଛନ୍ତି ।

ମଙ୍ଗଳବାର ପ୍ରତିକୂଳ ପାଗ ସତ୍ୱେ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିଡିଓ ଶ୍ରୀମତୀ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କଳାହାଣ୍ଡିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଚିନ୍ତା କରି “ଆମ ଓଡିଶା ନବୀନ ଓଡିଶା” ଯୋଜନାରେ ନର୍ଲା ବ୍ଲକ ପାଇଁ ୧୩ କୋଟି ଅର୍ଥରାଶି ଅନୁଦାନ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ମଞ୍ଚାସୀନ ରହି “ଆମ ଓଡିଶା ନବୀନ ଓଡିଶା” ଯୋଜନାର କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏଥିରେ ନର୍ଲା ବ୍ଲକ ଅଞ୍ଚଳର ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ରାକ୍ସୀ ସରପଞ୍ଚ ଯେମନ୍ତ ପୋଢ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀଆ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ବଡଧାରପୁର ସରପଞ୍ଚ ପର୍ଶୁରାମ ହରପାଲ, ନର୍ଲା ସରପଞ୍ଚ ତନୁଜା ହରପାଲ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ବାଲସିଙ୍ଗା ସରପଞ୍ଚ ପୂଜାସାରିନୋଭା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିବା ବେଳେ ସମିତି ସଦସ୍ୟ/ସଦସ୍ୟା ମାନଙ୍କ ମଧ୍ୟରେ ରୁପ୍ରାରୋଡ ସମିତି ସଦସ୍ୟା ଦୀପାଞ୍ଜଳୀ ମାଝୀ, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସମିତି ସଦସ୍ୟା ସୁଜାତା ସାହୁଙ୍କ ସମେତ ବ୍ଲକ କର୍ମଚାରୀ ଭୋଳାନାଥ ଦାସ, ଓଏଲଏମ ସଂଯୋଜକ ସନତ ସାହୁ, ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ଆଲୋକ ନାୟକ, ଅମିତ କୁମାର ସିଂ, ସସ୍ମୀତା ପାଣି, ବିଚିତ୍ରାନନ୍ଦ ନାଏକ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଏହି ଯୋଜନାରେ ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ, ସମିତି ସଦସ୍ୟ ମାନେ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରସ୍ତାବ ଦେଇ ପାରିବେ ।

ଗୋଟିଏ କାମ ଅନ୍ୟୁନ ୨,୫୦,୦୦୦ ରୁ ସର୍ବାଧିକ ୧୦,୦୦୦,୦୦ ଟଙ୍କା ମଧ୍ୟରେ ସୀମିତ ରଖିବା ପାଇଁ ଗାଇଡଲାଇନ ରହିଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତ ତରଫରୁ କେଉଁ କାମ ହେବ ସେ ନେଇ ପ୍ରସ୍ତାବ ଦେଇପାରିବେ ହେଲେ ପଞ୍ଚାୟତ ସମିତି ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉନ୍ନୟନ କାମ ସବୁ ସରକାରଙ୍କ ଗାଇଡଲାଇନରେ ଚାଲିବ ବୋଲି ସମସ୍ତଙ୍କୁ ସୂଚିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଏବିଡି ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.