ଅବକାରୀ ଏସପି ଦେଖେଇଲେ ମାନବିକତା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୋନପୁର -ବାଲାଙ୍ଗୀର ରୋଡ଼ରେ ହୋଇଥିବା କାର ଓ ବାଇକ ଦୁର୍ଘଟଣାର ତିନି ଜଣ ଆହତଙ୍କୁ ସୁବର୍ଣ୍ଣପୁର ସଦର ଡାକ୍ତରଖାନାକୁ ଆଣି ଚିକିତ୍ସା କଲେ ଅବକାରୀ ଏସପି ସୁମତି ତ୍ରିପାଠୀ l ଜ଼ିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ତରଭା ଗସ୍ତରେ ଯାଉଥିବା ବେଳେ ଅର୍ଜୁନପୁର ଛକ ଠାରେ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଥିବା ଜଣେ ଯୁବତୀ ଓ ଦୁଇଜଣ ବ୍ୟକ୍ତିଙ୍କୁ ଦେଖି ଅଟକି ଗଲେ ପ୍ରଶାସିକା ଶ୍ରୀମତୀ ତ୍ରିପାଠୀ ଏବଂ ତୁରନ୍ତ ସେଠୁ ନିଜ ଗାଡିରେ ମେଡିକାଲ ଆଣି ଚିକିତ୍ସା କରାଇ ୩ ଜଣଙ୍କ ଜୀବନ ବଞ୍ଚାଇଥିଲେ l ଅବକାରୀ ଏସପି ଶ୍ରୀମତୀ ତ୍ରିପାଠୀଙ୍କ ଏଭଳି ମାନବିକତାକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି l ପୂର୍ବରୁ ପୋଲିସ ଏସପି ଅମରେଶ ପଣ୍ଡା ମଧ୍ୟ ବିନିକା ଓ ବାଲାଙ୍ଗୀର ରାସ୍ତାରୁ ଅନେକ ଦୁର୍ଘଟଣା ଗ୍ରସ୍ତ ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ଚିକିତ୍ସା କରାଇ ଜୀବନ ବଞ୍ଚାଇବା ଭଳି ଭଲ ଖବର ଖୁବ ଚର୍ଚ୍ଚା ପାଲଟିଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.