ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଣିପୁର ହିଂସାରେ ପ୍ରାଣ ହରାଇଥିବା ଆତ୍ମାର ସତଗତି ଓ ମଣିପୁରରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସେବାଜଗତ ଅନୁଷ୍ଠାନ ତରଫରୁ ସାମୁହିକ ପ୍ରାର୍ଥନା କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, କୃଷି ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ସେବା ଜଗତ ଅନୁଷ୍ଠାନର ଶତାଧିକ କର୍ମୀ ଉପସ୍ଥିତ ରହି ମଣିପୁରରେ ଶାନ୍ତି ଫେରିଆସିବା ପାଇଁ ପ୍ରାର୍ଥନା କରିଥିଲେ। ସେବା ଜଗତ ଅନୁଷ୍ଠାନର ସତ୍ୟ ନାରାୟଣ ପଟ୍ଟନାୟକ ଓ ରୋଶନାରା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।