ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ବନ ବିଭାଗ, ସ୍ୱଚ୍ଛ ଭାରତ ଓ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ମିଳିତ ଉଦ୍ୟମରେ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ ଠାରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରି ନିଜେ ଦୁଇଟି ବୃକ୍ଷ ରୋପଣ କରି ସମାଜକୁ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇଥିଲେ। ଡିଏଫଓ ମଦନ ଲାଲ ଶର୍ମା ସମ୍ମାନିତ ଅତିଥି, ଓ ଏସିଏଫ ପ୍ରଫୁଲ୍ଲ ଧରୁଆ, ଡିସିପିଓ ଚତୁର୍ଭୁଜ ଦାଶ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକ କୈଳାସ ଭୋଇ, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ସ୍ୱଚ୍ଛ ଭାରତ ଉଦ୍ୟୋକ୍ତା ସାୟଦ ଅଲିମୁଲ ଇସଲାମଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ସ୍କୁଲର ଏକ ସଚେତନତା ସଭାରେ ଛାତ୍ର ଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରିଥିଲେ। ବର୍ତ୍ତମାନ ଉତ୍ତପ୍ତ ପୃଥିବୀର ସନ୍ତୁଳନ ଲାଗି ସମସ୍ତେ ଜାଗ୍ରତ ହେବାକୁ ପଡିବ ବୋଲି କହି ପ୍ରତି ଛାତ୍ର ଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ତାରି ଯତ୍ନ ନେଇ ପୃଥିବୀକୁ ବଞ୍ଚାଇବାକୁ ପରାମର୍ଶ କରିଥିଲେ। ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବିଦ୍ୟାଳୟରେ ଜ଼ିଲ୍ଲାପାଳ ଶ୍ରୀ ରାୟ , ଡିଏଫଓ ଏବଂ ଅତିଥି ଙ୍କ ସମେତ ସମସ୍ତ ସ୍ବେଛାସେବୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଟିଚର ଅଶୋକ ସରଭଙ୍ଗ, ଗଣ୍ଡାରାମ ମେହେର, କୈଳାସ ଭୋଇ ସହଯୋଗ କରିଥିଲେ। ପରେ ପରେ ସମସ୍ତ ସ୍ବେଛାସେବୀ, ଶିକ୍ଷକ ଓ ବନ କର୍ମଚାରୀ ବିଦ୍ୟାଳୟ ପରିସରରେ ସାମୁହିକ ଭାବେ ଗଛ ଲଗାଇଥିଲେ। ଏହି ମେଗା ଅଭିଯାନ ଆସନ୍ତା ରବିବାର ଯାଏ ଚାଲିବ ଏବଂ ଏଠାରେ ଚାରି ଶହରୁ ଉର୍ଦ୍ଧ୍ବ ଗଛ ଲଗାଇ ଏ ପରିସରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟ ଧାର୍ଯ୍ୟ ରଖା ଯାଇଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.