ନୂଆପଡା ଏନଏସିରେ ଅବ୍ୟବସ୍ଥା; ୨ ଘଣ୍ଟା ଧରି କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା ଶ୍ରମିକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ନୂଆପଡା ଏନ.ଏ.ସି କାର୍ଯ୍ୟାଳୟକୁ ୨ ଘଣ୍ଟା ଧରି ମହିଳା ଶ୍ରମିକ ମାନେ ତାଲା ପକାଇଥିଲେ | ନୂଆପଡା ଏନ.ଏ.ସିର ୱାର୍ଡ ନମ୍ବର ୩ ସିଦ୍ଧି ବିନାୟକ ସ୍ୱୟଂ ସହାୟକ ମହିଳା ଗ୍ରୁପର ସମସ୍ତ ସଦସ୍ୟ ସେନିଟାଜର ଏକ୍ସପର୍ଟ ଅମିତ କୁମାର ସାମଲଙ୍କ ବିରୁଦ୍ଧରେ ମନମାନି କରିଥିବା ଅଭିଯୋଗ କରିଛନ୍ତି | ଏପରିକି ମହିଳା ଗ୍ରୁପ ରେଜୁଲେସନରେ ପାସ କରିଥିବା ନିଷ୍ପତିକୁ ସରକାରୀ ଗାଇଡ଼ଲାଇନରେ ନା ଥିବା କହି ସି.ଓଙ୍କୁ ଚାପ ପକାଇ ସ୍ୱୟଂ ସହାୟକ ଗ୍ରୁପକୁ ରିଫରମେସନ କରିବାକୁ ମନା କରୁଥିବା ଅଭିଯୋଗ ହୋଇଛି | ଏ ନେଇ ଦୀର୍ଘ ୨ ଘଣ୍ଟା ଧରି ସ୍ୱୟଂ ସହାୟକ ମହିଳା ଗ୍ରୁପ ନୂଆପଡା ଏନ.ଏ.ସି କାର୍ଯ୍ୟାଳୟକୁ ତାଲା ପକାଇ ଥିଲେ | ନୂଆପଡା ଏନ.ଏ.ସି ରେ ସ୍ଥାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ନା ଥିବାରୁ ଏକ ପ୍ରକାର ଅବ୍ୟବସ୍ଥା ଘେରରେ ଏନ.ଏ.ସି ଚାଲୁଥିବା ସାଧାରଣରେ ଚର୍ଚ୍ଚା ହେଉଛି | ଅତୀତରେ ୨ ବର୍ଷ ମଧ୍ୟରେ ୭ ରୁ ୮ ଜଣ ଅଧିକାରୀଙ୍କ ଟ୍ରାନ୍ସଫର ଏନ.ଏ.ସି କାର୍ଯ୍ୟାଳୟକୁ ଏକ ପ୍ରକାର ବାଧା ସୃଷ୍ଟି କରୁଥିବା ଅଧକ୍ଷ ମହମ୍ମଦ ଆଦମ, ଉପାଧକ୍ଷା ପ୍ରତିନିଧି ହରିଶ ଚନ୍ଦ୍ର ପଣ୍ଡା ଏବଂ ସମସ୍ତ କାଉନସିଲର ପ୍ରକାଶ କରିଛନ୍ତି | ତେବେ ମନମୁଖୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ହେଇଥବା ସେନିଟାଇଜର ଏକ୍ସପର୍ଟ ଅମିତ କୁମାର ସାମଲଙ୍କୁ ଏ ସମ୍ପର୍କରେ ପଚାରିବାରୁ -ସେ କିଛି କରିପାରିବେ ନାହିଁ, ଏହା ତାଙ୍କର କାମ ନୁହଁ ବୋଲି କହିଥିଲେ | ତେବେ ନୂଆପଡା ଏନ.ଏ.ସି ଉପାଧକ୍ଷାଙ୍କ ପ୍ରତିନିଧି ହରିଶ ଚନ୍ଦ୍ର ପଣ୍ଡାଙ୍କ ପ୍ରତିସୃତି ପରେ ମହିଳାମାନେ ଧାରଣାରୁ ଓହରି ଯାଇଥିଲେ | ଏହି ଧାରଣାରେ ସିଦ୍ଧି ବିନାୟକ ସ୍ୱୟଂ ସହାୟତା ମହିଳା ଗ୍ରୁପର ସଭାନେତ୍ରୀ ରୋଶନୀ ସହିସ, ସମ୍ପାଦିକା ସୀମା ସହିସ ମେଘା କୁମାରୀ, ଯଶୋବନ୍ତି ସହିସ, ଭୂମିକା ସହିସ, ଇନ୍ଦ୍ରା ବାଇ, ବବିତା ସହିସ, ରେଣୁକା ସହିସ, ରୋଶନି ସହିସ, ସୁନିତା ସହିସ, ସରୋଜିନୀ ଦୀପ, ସରିତା ସହିସ ପ୍ରମୁଖ ଉପସ୍ଥିତ ଥିଲେ |

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.