ଖଲିକୋଟ ରାଣୀଙ୍କ ଜନ୍ମଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲିକୋଟ ରାଣୀସହେବା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଉପଲକ୍ଷେ କୋଦଳା ସ୍ଥିତ ସ୍ବର୍ଣ୍ଣମୟୀ ହାଇସ୍କୁଲ ଠାରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ଵାବଧାନରେ ରାଜ୍ୟ କାଜୁ ନିଗମ ଅଧକ୍ଷ ତଥା ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଦଳା ଏନଏସି କାଉନସିଲର ଭଗବାନ ପାଢ଼ୀ, ମନୋରଞ୍ଜନ ଡାକୁଆ, ଜିତୁ ପ୍ରଧାନ, ସିମାଞ୍ଚଳ ଖଟେଇ, କୋଦଳା ଏନଏସି ମହିଳା ସଭାନେତ୍ରୀ ସୁଜାତା ରାଣୀ ପ୍ରଧାନ, ସମାଜସେବୀ ସୂର୍ଯ୍ୟ ନାରାୟଣ ବଡୁ, କୋଦଳା ଯୁବ ସଭାପତି ସୁଦାମ ମାହାନ୍ତି, ୪୪ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା କଲ୍ୟାଣୀ ପାତ୍ର, ବିଜୟ ମହାପାତ୍ର, ରୂପ ରଞ୍ଜନ ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.