ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦେଶରେ ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ,ଅତ୍ୟାଚାର ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ତଥା ୨୧ଗୋଟି ଆଦିବାସୀ ବିରୋଧୀ ନୀତି ତଥା ଆଦିବାସୀ କାର୍ଯ୍ୟକଳାପକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆସନ୍ତା ଅଗଷ୍ଟ ୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ନେଇ ଆଜି ରାୟଗଡା ସହରର ନ୍ୟିୁ କଲୋନୀ ସ୍ଥିତ ହୋଟେଲ ଅଶୋକ ସମ୍ମିଳନୀ କକ୍ଷରେ ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ରାୟଗଡା ଜିଲ୍ଳା ଶାଖା ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ପରିଷଦର ଜିଲ୍ଳା ସଂଯୋଜକ ଲେଲି ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କନ୍ଧମାଳ ଜିଲ୍ଳା ସଭାପତି ଦୟାନିଧି ମଲ୍ଳିକ,ବହୁଜନ କ୍ରାନ୍ତି ମୋର୍ଚ୍ଚା ରାୟଗଡା ଜିଲ୍ଳା ସଂଯୋଜକ ରାମ ପ୍ରସାଦ ବାଉରୀ,ଅଲ ଇଣ୍ଡିଆ ସ୍କେଡୁଲଡକାଷ୍ଟ ଫେଡେରେସନ୍ ରାୟଗଡା ଶାଖା ଜିଲ୍ଳା ସଂଯୋଜକ ପ୍ରିତମ ଖରା,ଭାରତ ମୁକ୍ତି ମୋର୍ଚ୍ଚା ରାୟଗଡା ଜିଲ୍ଳା ଶାଖା ଜିଲ୍ଳା ସଂଯୋଜକ ଜଗବନ୍ଧୁ ଲିମା,ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ରାୟଗଡା ଜିଲ୍ଳା ସଂଯୋଜକ ପଂଚାନନ ବାତ୍ରିୟା,ଭାରତୀୟ ମାଇନୋରିଟି ମୋର୍ଚ୍ଚା ରାୟଗଡା ଜିଲ୍ଳା ସଂଯୋଜକ ଏ.ଡି.ବେବୋର୍ତା ପ୍ରମୁଖ ମଂଚାସୀନ ହୋଇଥିଲେ । ଭାରତ ବର୍ଷରେ ସମାନ ନାଗରିକ ସଂହିତା ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରଚାର ଚଲାଇଛନ୍ତି । ଗତ ଜୁନ୍ ୧୪ତାରିଖରେ ମଧ୍ୟ ସରକାର ବିଞପ୍ତି ଜାରି କରି ଦେଶର ସମସ୍ତ ସାମାଜିକ ସଂଗଠନ ମାନଙ୍କ ଠାରୁ ଏକ ମାସ ମଧ୍ୟରେ ମତାମତ ଦେବା ପାଇଁ ଉଲ୍ଳେଖ କରିଥିବା ବେଳେ ବିଞପ୍ତିର କିଛି ଦିନ ପୂର୍ବରୁ ଜଙ୍ଗଲ ଜମି ଅଧିନିୟମକୁ ସଂଶୋଧନ କରିବା ପାଇଁ ଆଉ ଏକ ବିଞପ୍ତି ଜାରି କରିଥିଲେ । ଯଦି ଏ ଆଇନଗୁଡିକ ଦେଶରେ ଲାଗୁ ହୁଏ ତେବେ ଦେଶରେ ବସବାସ କରୁଥିବା ସମସ୍ତ ଆଦିବାସୀଙ୍କର ପରିଚୟ, କଳା, ସଭ୍ୟତା, ସଂସ୍କୃତି, ସାମାଜିକ ଐତିହ୍ୟ,ସାଧନ ସଂସାଧାନ ସହିତ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁସୂଚୀ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ୱାୟତ ଶାସନ ଭଳି ବିଶେଷାଧିକାର ସମାପ୍ତ ହୋଇଯିବା ସହ ଆଦିବାସୀମାନେ ନିଜର ଜଳ,ଜଙ୍ଗଲ,ଜମି ତଥା ଭିଟାମାଟିରୁ ବେଦଖଲ ହୋଇଯିବେ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମଲ୍ଳିକ ପ୍ରକାଶ କରିଥିଲେ । ଏହି ଦୁଇଟି କାନୁନ ସହିତ ଅନ୍ୟାନ୍ୟ ୧୯ଟି ଆଦିବାସୀ ବିରୋଧୀ ନୀତିକୁ ବିରୋଧ କରି ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ୪ଚରଣ ବିଶିଷ୍ଠ ରାଷ୍ଟ୍ରବ୍ୟାପି ଚରଣବଦ୍ଧ ଆନ୍ଦୋଳନର ଡାକରା ଦେଇଛି । ଜୁଲାଇ ୬ ଓ ୧୮ରେ ଦୁଇଟି ଚରଣ ଶେଷ ହୋଇଥିବା ବେଳେ ତୃତୀୟ ଚରଣରେ ଆସନ୍ତା ୨୭ତାରିଖରେ ଜିଲ୍ଳାସ୍ତରରେ ରାଲି ପ୍ରଦର୍ଶନ ଏବଂ ଞାପନ ପତ୍ର ପ୍ରଦାନ କରିବା ସହ ଚତୁର୍ଥ ଚରଣ ଆସନ୍ତା ଅଗଷ୍ଟ ୭ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ପରିଷଦର ଜିଲ୍ଳା ସଂଯୋଜକ ଶ୍ରୀ ମାଝି ପ୍ରକାଶ କରିଛନ୍ତି ।