ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଅଭିଯୋଗ; ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡା ଗ୍ରାମରେ ଜଣେ କୂଳବଧୁକୁ ପେଟ୍ରୋଲ ଢାଳି ନିଆଁ ଲଗେଇ ହତ୍ୟା କରିଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମତେ ଗ୍ରାମର ଉର୍ମିଳା ନାଗଙ୍କୁ ସ୍ୱାମୀ ଜୟନ୍ତ ନାଗ ଗତ ରବିବାର ଦିନ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଥିଲେ। ଗୁରୁତର ସହ ଉଦ୍ଧାର କରାଯାଇ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲେ ହିଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଶଙ୍କଟାପନ୍ନ ଥିବାରୁ ଭବାନୀପାଟଣା ଜିଲ୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଉର୍ମିଳାଙ୍କ ୯୦ପ୍ରତିଶତ ଦେହପୋଡି ଥିବା ଓ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟ ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।ସୋମବାର ଦିନ ରାତି ପ୍ରାୟ ୭ଟା ସମୟରେ ଉର୍ମିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଏନେଇ ଉର୍ମିଳାଙ୍କ ବାପା ଘର ଲୋକେ କୋକସରା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଉର୍ମିଳାଙ୍କ ବାପା ମାଆ କହିବା ଅନୁଯାୟୀ ବହୁଦିନରୁ ତାଙ୍କ ସ୍ବାମୀ ଜୟନ୍ତନାଗ ଉର୍ମିଳାକୁ ଯୌତୁକ ନିର୍ଯ୍ୟାତନା ଦେବା ସହ ପର ପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଧେହରେ ମାଡ଼ ପିଟ କରି ଆସୁଥିଲେ। ଏପରିକି ପ୍ରତ୍ୟେକ ଦିନ ମାଡ ମାରିବା ଗାଳି କରିବା ଆଦି କଥାକୁ ନିଜ ବାପାଙ୍କୁ ଫୋନ ମାଧ୍ୟମରେ ଜଣାଇ ଥିବା କୁହାଯାଏ। ବାପା ଦିପେନ ସାଗର ଝିଅର ଦୁଃଖ କଥା ଶୁଣି ଦିନେ ଝିଅକୁ ଘରକୁ ଫେରାଇ ଆଣିବା ନିଷ୍ପତ୍ତି ନେଇ ଥିଲେ ହିଁ ଝିଅ ଉର୍ମିଳା ବାପାଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ମନା କରିଦେଇଥିବା ବାପା ପ୍ରକାଶ କରନ୍ତି। ତେବେ ଗତ ରବିବାର ଦିନ ସକାଳ ସମୟରେ ନିଜ ମାଆ ଆଶା ସାଗରଙ୍କ ସହ ଉର୍ମିଳା ଫୋନରେ ସ୍ୱାମୀ ଜୟନ୍ତନାଗ ମାଡପିଟ କରୁଥିବା କଥା କହିଥିଲେ।ଠିକ କଥା ହେବାର କିଛି ଘଣ୍ଟା ପରେ ଅଜଣା ବ୍ୟକ୍ତିଙ୍କ ଫୋନ ବାପା ମାଆଙ୍କୁ ଆସିଥିଲା। ଝିଅ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଗୁରୁତ୍ୱର ଥିବା ଖବର ଆସିବା ପରେ ପରିବାର ଲୋକେ କୋକସରା ଡାକ୍ତର ଖାନାକୁ ଯାଇ ଥିଲେ। ସେତେବେଳକୁ ଉର୍ମିଳା ଅତି ଗୁରୁତର ହୋଇ ପଡ଼ିଥିବା ବେଳେ ପରିବାର ଲୋକେ କୋକସରା ଥାନାରେ ଝିଅକୁ ଜୟନ୍ତ ନାଗ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ବର୍ତ୍ତମାନ ଖବର ଅନୁଯାୟୀ ଭୁବନେଶ୍ୱର ଏମ୍ସରେ ଉର୍ମିଳାଙ୍କ ଶବ ବ୍ୟବଚ୍ଛେଦ କରି ଗାଁକୁ ଫେରୁଥିବା ଜଣାପଡିଛି। ସୂଚନା ଯେ, ଉର୍ମିଳା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗ୍ରାମର ଝିଅ ହୋଇଥିବା ବେଳେ ଗତ ୨୦୨୦ ମସିହାରେ କୋକସରା ବ୍ଲକ ମାଝୀଗୁଡା ଗ୍ରାମର ବାଲେଶ୍ୱର ନାଗଙ୍କ ପୁତ୍ର ଜୟନ୍ତ ନାଗକୁ ବିବାହ କରିଥିଲେ। ତାଙ୍କର ୨-୩ ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି। ଏନେଇ କୋକସରା ଥାନାରେ ୧୯୩/୨୩ରେ କେଶ ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଇନଚାର୍ଜ ଅଧିକାରୀ ଗୋପବନ୍ଧୁ ନାଏକ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.