ବେଦାନ୍ତ ଆଲୁମିନିୟମ ଏହାର ଟିମ ମଧ୍ୟରେ କାର୍ଯ୍ୟରତ ପିତାମାତାଙ୍କୁ ସମର୍ଥନ କରିବା ପାଇଁ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛି

ଦୂରବର୍ତି ଅଂଚଳରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମେଟ୍ରୋ ସହର ପରି ଜୀବନ ଯାପନ କରିପାରିବେ

ଭୁବନେଶ୍ୱର, ୨୫ ଜୁଲାଇ ୨୦୨୩: ଯଦି ଆପଣଙ୍କ ଚାକିରୀ ନିକଟତମ ମେଟ୍ରୋ ସହରଠାରୁ ଦୂରରେ ଥାଆନ୍ତା ଏଥିରେ ଆପଣ କେତେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତେ । ମେଟ୍ରୋ ସହର ପରି ସେଠାରେ ସବୁ ପ୍ରକାର ସୁବିଧା ମିଳିପାରିବ କି ? ସେଠାରେ ଭଲ ସ୍କୁଲ, ଡାକ୍ତରଖାନା ଓ ଅନ୍ୟାନ୍ୟ ସବୁଧା ଅଛିକି ?

ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାକୁ ସୁନିଶ୍ଚିତ କରିପାରିଛି । କଂପାନି ବିଶ୍ୱସ୍ତରୀୟ ପ୍ଳାଟ ପରିଚାଳନା କରି କର୍ମଚାରୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଆବଶ୍ୟକତା ଗୁଡ଼ିକୁ ପୂରଣ କରିଛି । ଏହାର ପାଂଟ ଅର୍ଥ ସହରୀ ଗ୍ରାମାଂଚଳ ଓଡ଼ିଶାର ଝାରସୁଗୁଡ଼ା ଓ କଳାହାଣ୍ଡି ତଥା ଛତିଶଗଡ଼ର କୋରବା ଠାରେ ଅବସ୍ଥିତ । ଝରସୁଗୁଡ଼ା ବିଶ୍ଵର ବୃହତ ଏକକ ଅବସ୍ଥାନ ଆଲୁମିନିୟମ ସ୍ମେଲଟିଂ ଅପରେଶନ ହୋଇଥିବା ବେଳେ କଳାହାଣ୍ଡିର ଲାଜିଗଡ଼ରେ ଏହାର ଆଲୁମିନା ରିଫାଇନାରୀ ରହିଛି । ବାଲକୋ ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ଓ ଏହା ବେଦାନ୍ତର ସହାୟକ କଂପାନି ଭାବେ କୋରବାରେ ରହିଛି ।

ବେଦାନ୍ତର ଏହି ସବୁ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ଟାଉନସିପ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସବୁ ରହିଛି । ଏହା ବ୍ୟତୀତ କର୍ମଚାରୀଙ୍କ ଜୀବନକୁ ଉନ୍ନତ କରିବା ଲାଗି କଂପାନି ପକ୍ଷରୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । କ୍ରମାଗତ ଭାବେ କର୍ମଚାରୀ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ କଂପାନି ଏକ ସଂସ୍କୃତି ପ୍ରତିପାଦନ କରୁଛି ଯାହା କେବଳ ପିତାମାତା ନୁହଁନ୍ତି ସାରା ପରିବାରକୁ ସମର୍ଥନ କରିଥାଏ । କଂପାନିରେ ମଧ୍ୟ ପତି ପତ୍ନୀ ନିଯୁକ୍ତି ସୁବିଧା ପ୍ରଦାନ କରିଛି । କର୍ମଚାରୀମାନେ ବୃତିଗତ କ୍ଷେତ୍ର ତଥା ବ୍ୟକ୍ତିଗତ କ୍ଷେତ୍ରରେ ସମୃଦ୍ଧ ହେବା ଲାଗି ପରିବେଶ ମାନଦଣ୍ଡ ଅନୁଯାୟୀ ଏହା କର୍ମଚାରୀଙ୍କୁ ସ୍ବତନ୍ତ୍ର ସୁବିଧାମାନ ଯୋଗାଇ ଦେଉଛି ।

କର୍ମଚାରୀଙ୍କ ପାଲାମାନଙ୍କ ପାଇଁ କଂପାନିର ପରିସରରେ ଓ ଟାଉନସିପରେ ଡେ କେୟାର ସଂଟର, କ୍ରେଚ, ବିଦ୍ୟାଳୟ, କେଳ ପଡ଼ିଆ, ପାଠାଗାର ସୁବିଧା ରହିଛି । ବେଦାନ୍ତ ପରିଚାଳିତ ସ୍କୁଲ ଗୁଡ଼ିକର ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳୁଛି । ସାଂଜିଗଡ଼ରେ ଥିବା ଡିଏଭି ବେଦାନ୍ତ ଇଂଟରନ୍ୟାସନାଲ ସ୍କୁଲ ଆର୍ଥିକ ବର୍ଷ ୨୩ରେ ବିଦ୍ୟାଳୟର ଟପରମାନେ ଯଥାକ୍ରମେ ଦଶମ ଓ ଦ୍ବାଦଶ ମାନଦଣ୍ଡରେ ୯୭% ଓ ୯୨.୬% ମାର୍କ ରଖିଛନ୍ତି । ଏହା ବ୍ୟତୀତ ବିଦ୍ୟାଳୟରେ କରାଟେ, ତୀରନ୍ଦାଜ ଖେଳ ପ୍ରତି ପ୍ରୋତ୍ସାହନ ସହ ସଉରା କଳା ସଂସ୍କୃତିର ବିସ୍ତାର ପାଇଁ କଂପାନି ଶିକ୍ଷା ବ୍ୟବସ୍ଥା ଯୋଗାଉଛି । କଂପାନି ପିଲାମାନଙ୍କ ପାଇଁ ଗ୍ରାଷ୍ମକାଳୀନ କ୍ରୀଡ଼ା ଶିବିର ଆୟୋଜନ କରିଥାଏ ଓ ଏଥିରେ ୫୦୦ରୁ ଅଧିକ ପିଲା ଯୋଗଦାନ କରିଥାନ୍ତି । ଏହା ବ୍ୟତୀତ ପିଲାମାନଙ୍କୁ ମଧ୍ୟ ଦକ୍ଷତା ଜ୍ଞାନ କୌଶଳ ଉପରେ ଶିକ୍ଷା ଦିଆଯାଇଥାଏ ।

ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟ ପରିସରରେ ଡାକ୍ତରଖାନା ଦ୍ଵାରା ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରିଥାଏ । ସଂପ୍ରତି ଟାଉନସିପ ମଧ୍ୟରେ ଏକ ପୁର୍ନବାସ କେନ୍ଦ୍ର ପ୍ରତିଷ୍ଠା କରିଛି ଯାହା ସମସ୍ୟା ଥିବା ପିଲାମାନଙ୍କୁ ସେବା ଯତ୍ନ ଯୋଗାଇଥାଏ । ଏହାର ଚିକିତ୍ସା କେନ୍ଦ୍ର ଗୁଡ଼ିକ ସଂପ୍ରତି ଏକ ଗୁରୁତ୍ବପୂର୍ଣ୍ଣ ହବ ଭାବେ ଉଭା ହୋଇଛି ପ୍ରତିବର୍ଷ ୬୦୦୦୦ରୁ ଅଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି ।

ମାନବ ପୁଞ୍ଜିକୁ ଏହାର ସବୁଠାରୁ ବଡ଼ ସଂପଦ ବୋଲି ବିବେଚନା କରି ବେଦାନ୍ତ ଆଲୁମିନିୟମ ପିତାମାତାଙ୍କୁ ସମର୍ଥନ କରିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଛି । କଂପାନିରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ଵ ଛୁଟି ସହିତ ଶିଶୁ ଯତ୍ନ ପାଇଁ ନମନୀୟ କାର୍ଯ୍ୟ କାର୍ଯ୍ୟ ସମୟ ସୁବିଧା ଓ କ୍ରେଚ ପରି ସୁବିଧା ସୁନିଶ୍ଚିତ କରୁଛି ।

vedanta transformi for

ଏହି ପଦକ୍ଷେପ ଗୁଡ଼ିକୁ ଉଲ୍ଲେଖ କରି ଶ୍ରୀ ସୁନିଲ ଗୁପ୍ତା, ସିଓଓ ବେଦାନ୍ତ ଲିମିଟେଡ– ଆଲୁମିନିୟମ ବିଜିନେସ କହିଛନ୍ତି ଯେ- ବିଶ୍ଵ ପିତାମାତା ଦିବସ ଅବସରରେ ଆମେ ପିତାମାତାଙ୍କୁ ଗୁରୁତ୍ବ ଦେଉଛୁ। ପିତାମାତା ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଓ ଆମେ କର୍ମକ୍ଷେତ୍ରରେ ମଧ୍ୟ ଏହାକୁ ପାଳନ ଓ ସମର୍ଥନ କରିବା ଉଚିତ । ଏଥିପାଇଁ ଆମେ ଏକ ସହାୟକ ଇକୋ ସିଷ୍ଟମ ରଖିଛୁ । ଆମର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସଶକ୍ତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରୁଛୁ । ବାଲକୋର ସିଇଓ ତଥା ନିର୍ଦ୍ଦେଶକ ଶ୍ରୀ ରାଜେଶ କୁମାର କହିଛନ୍ତିଯେ ଆମେ ଏକ ପରିବଶେ ସୃଷ୍ଟି କରିଛୁ ଯେଉଁଠାରେ ନମନୀୟ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରି କର୍ଯ୍ୟଭାରକୁ ଅଧିକ ଉତ୍ସାହିତ କରି କାର୍ଯ୍ୟ ସନ୍ତୁଳନତା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ ।

ସଂପ୍ରତି ଆନ୍ତର୍ଜାତୀୟ ପରିବାର ଦିବସ ମେ ୧୫ରେ ପାଳନ କରାଯାଇଥିବା ଗର୍ବିତ ପରିବାର ପଦକ୍ଷେପ ଅନୁଯାୟୀ ଓଡ଼ିଶା ଓ ଛତିଶଗଡ଼ରେ ଶହ ଶହ କର୍ମଚାରୀ ପରିବାର ସମ୍ମିଳନୀ ଆୟୋଜିତ ହୋଇଥିଲା ଝାରସୁଗୁଡ଼ାର ପାଂଟକୁ ଏହି ସବୁ ପରିବାର ସଦସ୍ୟମାନେ ବୁଲି ଦେଖିପାରିବେ ଓ ସୁବିଧା ଗୁଡ଼ିକୁ ଅନୁଭବ କରିପାରିବେ । ଏହି ପ୍ରୟାସକୁ କଂପାନି କାର୍ଯ୍ୟ କରିବାକୁ ଏକ ମହାନ ସ୍ଥାନ ଭାବରେ ସ୍ଵୀକୃତି ଦେଇଛି । କଂପାନିର ଏହୀ କର୍ମଚାରୀ ହୀତୈଷୀ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ାକୁ ୬ ଥର ଓ ବାଲକୋକୁ ୪ଥର ପ୍ରମାଣପତ୍ର ମିଳିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ବ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଟର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.