ଇ ଜନ୍ମେ ତୁଇ ନାଇଁ ମିଲଲେ ଧନ
ପୁନରଜନମ କେ ମୁଇଁ ଥିମି ଟାଖି
ତତେ କେତେ ଭଲ ପାଏସି ବଲି
ଛାତି ନେ ନାଁ ଦେଇଛେ ତୋର ଲେଖି ।
କର୍ମେ କାଣା ଲେଖା କିଏ ଜାନିଛେ
କାହାର ଭାଗ୍ୟେ ଅଛେ କାଣା
ମନ ଦିଆ ନିଁଆ ଭାବ ପିରତୀର
ସଂସାରେ ଉଡୁଛେ ତାର ବାନା ।
ଲେଲା ମଜନୁ, ସିରି ଫରହାଦ
ରୋମିଓ ଜୁଲିଏଟ, ହୀର ରାଁଝା
ଦୁନିଆଁ ଦେସି କେତେ ବଦନାମ
କିଏ କହେସନ ପାଗଲ ବଝା
ହେଲେ ପ୍ରେମ ଟା ଚିର ଅମର ଆଏ
ପ୍ରେମର ବଏରି ସାରା ଜମାନା ।
କେଭେ ଯଦି ଦୁହେଁ ଅଲଗା ହେଇଜିମା
ସଜନୀ ନାଇଁ କର୍ବୁ ଲୋ ଦୁଖମନା
ଉପର ବାଲାର ହାତେ ଅଛେ ସବୁ
ସେ ହି ଏକା ବନାସି ଲୋ ଯୁଡି
ନିୟତିର ସବୁ ଖେଲ ଇଟା ଧନ
ବାଟେ ଦେଖି ନାଇଁ ଦେବୁ ମୁହୁଁ ମୁଡି ।
ସଚ୍ଚା ପ୍ରେମ ଯଦି କରିଥିମା ଦୁହେଁ
ଆମକୁ ସାହା ହେବା ମହାପୁରୁ
ଯଦି ବି ଆମର ମିଲନ ନାଇଁ ହେଲା
ଆମେ କେଭେ ଜୀବନ ନାଇଁ ହାଁରୁ ।
ନମିତା ଦୀପ ଯାଦବ
ନାଏକ ପଡା, ବରଗଡ଼

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇





