ବନ୍ୟ ପ୍ରାଣୀ ମହୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜ ସ୍ତରରେ ୬୯ ତମ ବନ୍ୟ ପ୍ରାଣୀ ମହୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି। ରେଞ୍ଜ ଅଧିକାରୀ ଅସିତ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ମ.ରାମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଓ ମୋହନଗିରି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। କନିଷ୍ଠ ବିଭାଗରେ ବାନାଗ୍ନି ଓ ବନ୍ୟ ପ୍ରାଣୀ ଏବଂ ବରିଷ୍ଠ ବିଭାଗରେ ଆମ ସଂସ୍କୃତିରେ ବନ୍ୟ ପ୍ରାଣୀ ବିଷୟରେ ପ୍ରତିଯୋଗୀତା ହେଇଥିଲା। ମ.ରାମପୁରଠାରେ ବନପାଳ ଦୀପକ ସା, ବନ ରକ୍ଷୀ ବାଳକୃଷ୍ଣ ଜାଲ, ରାଜଲକ୍ଷ୍ମୀ ପ୍ରଧାନ, ମଧୁସ୍ମିତା ଭୋଇ, ମଦନପୁରରେ ଡେପୁଟି ରେଞ୍ଜ ଅଧିକାରୀ ଝୁନୁ ବାଳା ଦେଇ, ବନପାଳ ରତ୍ନାକର ଧରୁଆ, ବନରକ୍ଷୀ ସତ୍ୟମ ଧରୁଆ ଓ ମୋହନଗିରିଠାରେ ବନପାଳ ଯଶୋବନ୍ତ ପାତ୍ର, ବନରକ୍ଷୀ ବନବାସ ଶବର, ଗୋପୀନାଥ ନାଏକ ପ୍ରତିଯୋଗୀତା ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.