ବିଞ୍ଝାଲପଡାବାସୀଙ୍କୁ ଦାଉ ସାଧୁଛି ବେଦାନ୍ତର ଲିକେଜ ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମରବିଞ୍ଝାଲ ପଡାକୁ ଦାଉ ସାଧୁଛି ବେଦାନ୍ତ ପାଣି । କେବଳ ସର୍ଗିଗୁଡା ବିଞ୍ଝାଲ ପଡା ବାସୀ ବୋଲି ନୁହଁ କେସିଙ୍ଗାରୁ ଆମ୍ବୋଦଳା ମଧରେ ରେଳଲାଇନ କଡେ ରହିଥିବା ୧୬ ଗୋଟି ଗାଁ ରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ବିଶେଷ କରି ଏହି ବର୍ଷା ଦିନେ ଗ୍ରାମବାସୀ ମାନେ ଯମ ଯନ୍ତ୍ରଣା ଭୋଗିଥାନ୍ତି ବେଦାନ୍ତ ପାଇପ ଲାଇନ ଲିକେଜ ସମସ୍ୟା ଯୋଗୁଁ । ୧୦ ବର୍ଷ ତଳୁ କେସିଙ୍ଗା ତେଲ ନଦୀରୁ ବେଦାନ୍ତ ଆଲୁମିନା କମ୍ପାନୀ ଯାଏଁ ୯୦ କିମି ଧରି ରେଳ ଲାଇନ କଡେ କଡେ ମାଟିତଳେ ପୋତା ହୋଇଛି ପାଇପ ଲାଇନ । ହେଲେ ଦୀର୍ଘ ୧୦ ବର୍ଷ ଧରି ଏହି ପାଇପ ଲାଇନ ଯୋଗେ ଦିନରାତି ଅନବରତ ଜଳ ଯୋଗାଣ ଚାଲିଥିବା ବେଳେ ଏହାର ମେଣ୍ଟେନାନ୍ସ ଠିକ ଭାବରେ କରାଯାଉ ନଥିବାରୁ ଅନେକ ସ୍ଥାନରେ ସପ୍ଲାଏ ପାଇପ ଫାଟି ପାଣି ଲିକେଜ ହୋଇ ଗାଁ ଲୋକଙ୍କ ଘର ଭିତରେ ପଶୁଛି ପାଣି । ଘରଦ୍ୱାର ଦାଣ୍ଡ ବାଡ ପାଣି ମାଡିଯିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କ୍ରମରେ ସର୍ଗିଗୁଡା ଗ୍ରାମର ବିଞ୍ଝାଲପଡାର ଯୋଗୀନ୍ଦ୍ର ରଣାଙ୍କ ଘରେ ବେଦାନ୍ତ ଲିକେଜ ପାଣି ପଶି ଯିବା ଫଳରେ ଗତ ଚାରି ଦିନ ହୋଇଗଲାଣି ତାଙ୍କ ପରିବାର ଯମ ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳିଛି । ମାଟି କୁଡ଼ିଆ ଘରେ ପାଣି ପଶି ଡୋଭ ହୋଇଯିବା ଫଳରେ ଶ୍ରୀ ରଣାଙ୍କ ପରିବାର ରୋଷେଇ କରି ଖାଇ ପାରିନଥିବା ବେଳେ ଘରେ ଶୋଇବା ଦୁର୍ବିସହ ହୋଇ ପଡିଛି । ରାସ୍ତା ତଳେ ପୋତିହୋଇ ରହିଥିବା ପାଣିପାଇପ ଫାଟିଯାଇ ପାଣି ଲିକେଜ ଯୋଗୁଁ ଉକ୍ତ ରାସ୍ତା ମଧ୍ୟ କାଦୁଅ ପଚ ପଚ ହୋଇ ଦୟନୀୟ ସ୍ଥିତି ହୋଇପଡିଛି । ଲୋକେ ଏହି ରାସ୍ତାଦେଇ ଯିବାପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ବିଞ୍ଝାଲପଡା ବାସୀନ୍ଦା କମ୍ୟୁନିଷ୍ଟ ନେତା ତୀର୍ଥ ପଧାନଙ୍କ କହିବାନୁଯାୟୀ ବେଦାନ୍ତ କମ୍ପାନୀ ଅଧିକାରୀଙ୍କୁ ବିଞ୍ଝାଲପଡ଼ାରେ ପାଇପ ଫାଟି ପାଣି ଲିକେଜ ଯୋଗୁଁ ଲୋକଙ୍କ ସମସ୍ୟା ଜଣାଇବାରୁ ରବିବାର ମେଣ୍ଟେନାନ୍ସ ଷ୍ଟାଫ ଜେସିବି ଧରି ଆସିଥିଲେ। ଖୋଳା ଖୋଳି ପରେ ଲିକେଜ ପଏଣ୍ଟ ନମିଳିବାରୁ ଚାଲିଗଲେ । ଆଉ ମରାମତି କରିବାର ନା ବି ଧରୁନି ବେଦାନ୍ତ କମ୍ପାନୀ । ଏହି ପାଇପ ଲାଇନ ର ମେଣ୍ଟେନାନ୍ସ ପାଇଁ ଓଡିଶା ଏଣ୍ଟରପ୍ରାଇଜେସ ବୋଲି ଗୋଟିଏ କମ୍ପାନୀକୁ ଟେଣ୍ଡର ଦେଇଥିବା ଜଣାପଡିଛି । ବରଗଡ ରେ ଏହି ମେଣ୍ଟେନାନ୍ସ କମ୍ପାନୀର ହେଡ ଅଫିସ ରହିଥିବା ଜଣା ପଡ଼ିଛି । ହେଲେ ଉକ୍ତ କମ୍ପାନୀ ମେଣ୍ଟେନାନ୍ସ କରିବ କଣ ପାଖ ମଧ୍ୟ ମାଡୁ ନଥିବା ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ । ଅନ୍ୟପକ୍ଷେ ଅନେକ ସ୍ଥାନରେ ପାଇପ ଫାଟି ପାଣି ଲିକେଜ ଯୋଗୁଁ ବେଦାନ୍ତ କର୍ମଚାରୀ ଦୁଷିତ ପାଣି ପିଉଛନ୍ତି । ଓଡିଶା ଏଣ୍ଟରପ୍ରାଇଜେସ ନାମକ ମେଣ୍ଟେନାନ୍ସ କମ୍ପାନୀ ମେଣ୍ଟେନାନ୍ସ ପାଇଁ ଟଙ୍କା ନେଇ ଲୋକଙ୍କୁ ଓ ବେଦନ୍ତକୁ କମ୍ପାନୀକୁ ଠକୁଛି ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ଆମେ ବିଞ୍ଝାଲପଡା ବାସୀ ଯମ ଯନ୍ତ୍ରଣା ଭୋଗୁଛୁ । ଏହାର ଯଦି ଶୀଘ୍ର ସମାଧାନ କରାନଯାଏ ତାହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଶ୍ରୀ ପଧାନ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.