କରାଟେ ବେଲ୍ଟ ପରୀକ୍ଷାରେ ୨୬ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଉତ୍କଳ କରାଟେ ସ୍କୁଲ ଫାଉଣ୍ଡର ସେଭେନ୍ ଡନ୍ ବ୍ଲାକ ବେଲ୍ଟ ହନସୀ ଡ଼. ହରି ପ୍ରସାଦ ପଟନାୟକଙ୍କ ଅନୁମୋଦନ କ୍ରମେ ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ସମ୍ପାଦକ ସେକେଣ୍ଡ ଡନ୍ ବ୍ଲାକ ବେଲ୍ଟ ସେନପାଇ କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ ଲାଞ୍ଜିଗଡ ବେଦାନ୍ତ କଲୋନୀ ଲବି ଠାରେ କରାଟେ କଲର ବେଲ୍ଟ ପରୀକ୍ଷା ହୋଇଥିଲା।ଏଥିରେ ୩୨ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୟେଲୋ ବେଲ୍ଟ ପରୀକ୍ଷାରେ ପ୍ରିୟଶ୍ରୀ ମୁଣ୍ଡ, ଅର୍ଥର୍ଭ ବର୍ମା, ରିୟାନ୍ସ ରାଜ, ଅରେଞ୍ଜ ବେଲ୍ଟ ଅର୍ଶିକା ପାଣ୍ଡେ, ବିଶ୍ୱଜିତ ବେହେରା, ସୋୟମ ଓଡିଆ, ମୋହିତ ବେମାଲ, ପୁଷ୍ପେନ୍ଦୁ ବିଶ୍ୱାଳ, ଶିବାନଶୀ ମିଶ୍ର, ସୋର୍ଣିମା ମହାପାତ୍ର, ହେମନ୍ତ ମଲ୍ଲିକ, ଦିବ୍ୟାନଶୁ ଯୋଶୀ, ଅଭିଷେକ କୁମାର, ସିଏଚ ସାଇ ସ୍ୱାଶତ, ଗ୍ରୀନ ବେଲ୍ଟ ପରୀକ୍ଷାରେ କାବ୍ୟଶ୍ରୀ ମହାପାତ୍ର, ଆରଧ୍ୟା ଆରଧନା, ରିୟାନ ମିଶ୍ର, ଲୋକେଶ ବିଶ୍ୱାଳ, ଅଭିଲିପ୍ସା ପଳେଇ, ବ୍ଲୁଇ ବେଲ୍ଟ ପରୀକ୍ଷାରେ ସୋନକ ସମଦର୍ଶୀ ସାହୁ, ଆୟୁଷ ଦୁବେ, ଆର୍ଶୀବାଦ ବାଡ଼ତିଆ, ଅର୍ପିତା ବାଡ଼ତିଆ, ଆଦ୍ୟାସା ପ୍ରିୟଦର୍ଶୀ ଦାସ, ଗଙ୍ଗାଧର ମଲ୍ଲିକ ଉତ୍ତୀର୍ଣ୍ଣ ହୋଇଥିଲେ।ସେନସାଇ ସୁରେଶ ଜାଲ ଯାଦବ ୫ଡନ୍ ବ୍ଲାକ ବେଲ୍ଟ ତଥା ଜାତୀୟ କିଓ ରେଫରି ଓ ଜର୍ଜ ଏହି ପରୀକ୍ଷା ପରିଚାଳନା କରିଥିବା ବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ପରୀକ୍ଷାରେ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ବିଦ୍ୟାଳୟର ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ବ୍ଲାକ ବେଲ୍ଟ କରାଟେ ଛାତ୍ର ହିତେଶ କୁମାର ମହାଖୁଡ, କିରଣ ବେମାଲ, ଲୋକେଶ କୁମାର ମହାଖୁଡ ଉକ୍ତ ପରୀକ୍ଷାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.