ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ତରଫରୁ ଗଣଧାରଣା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ତରଫରୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଛୁଟି ନେଇ ଗଣଧାରଣା ଦେଇଛନ୍ତି। ଦୀର୍ଘ ଦିନ ଧରି ଶିକ୍ଷକମାନଙ୍କର ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ସରକାର ଗ୍ରହଣ କରୁ ନଥିବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସାମୁହିକ ଛୁଟି ନେଇ ଧାରଣାରେ ଅଂଶଗ୍ରହଣ କରିଛନ୍ତି ଫଳରେ ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇଛି । ପ୍ରାଥମିକ ବିଦ୍ୟାଳୟରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୨୮୦୦ ଗ୍ରେଡ ପେ, ପୁରୁଣା ପେନସନ ପ୍ରଥାର ପ୍ରଚଳନ ଭଳି ଦାବି ନେଇ ଆନ୍ଦୋଳନ ଜାରି ରହିଛି। ରାଜ୍ୟ ସରକାର ଉକ୍ତ ଦାବିଗୁଡିକୁ ପୂରଣ ନକରିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି। ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ଯୋଷୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ନାଏକ, କନିଷ୍ଠ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଅଭିଷେକ ପଣ୍ଡା, ଦିବାକର ପଟ୍ଟନାୟକ, ରମାକାନ୍ତ ମାଝୀ, ରଶ୍ମିତା ବେହେରା, ଅନନ୍ତ ନାରାୟଣ ପଣ୍ଡା, ଜ୍ୟୋତି ରଞ୍ଜନ ରାଉତ, ମାନସ ରଞ୍ଜନ ପଣ୍ଡା, ଗୁଣନିଧି ସିଂହ, ସୁରଥ ରଞ୍ଜନ ପଣ୍ଡା, କ୍ଷମା ସାଗର ରାଉତ, ଦେବେନ୍ଦ୍ର ରାଉତ, ସିଦ୍ଧାର୍ଥ ମିଶ୍ର, ଶ୍ରୀକାନ୍ତ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.