ତାରା ତାରିଣୀ ପୀଠରେ ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ ସରପଞ୍ଚ ସଙ୍ଘ ଗଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ମା ତାରାତାରିଣୀ ପୀଠର ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ସରପଞ୍ଚମାନଙ୍କୁ ନେଇ ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ ସରପଞ୍ଚ ସଙ୍ଘ ଗଠନ କରାଯାଇଛି | ଏହି ସଙ୍ଘ ଗଠନରେ ୨୬ ଗୋଟି ପଞ୍ଚାୟତ ରୁ ୨୦ଗୋଟି ପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ରହି ଏହି ସରପଞ୍ଚ ସଙ୍ଘର କର୍ମକର୍ତ୍ତା ଚୟନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ବଡଖରିଡା ସରପଞ୍ଚ କମା ଦଳେଇ ଓ ସୁନାଥର ସରପଞ୍ଚ ଅନିଲ କୁମାର ନାହାକଙ୍କ ସଂଯୋଜନାରେ ହୋଇଥିଲା | ଏଥିରେ ସଭାପତି ଭାବେ ଆଛୁଲି ସରପଞ୍ଚ‌ ସୁଧାକର ଗୌଡ଼, ଉପସଭାପତିଭାବେ ରାଇପୁର ସରପଞ୍ଚ ନମିତା ବେହେରା, ସମ୍ପାଦକ ଭାବେ ଭୁତସରସିଙ୍ଗି ସରପଞ୍ଚ ମନୋଜ ଦାସ, କୋଷାଧ୍ୟକ୍ଷ ଭାବେ ପ୍ରତାପୁର ସରପଞ୍ଚ କାସ ବେହେରା ମନୋନୀତ ହୋଇଥିଲେ ।  ଆସନ୍ତା କାଲି ସାରା ରାଜ୍ୟରେ ସରପଞ୍ଚଙ୍କ ୨୦ଗୋଟି ମୌଳିକ ଦାବି, ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ପଞ୍ଚାୟତ ରାଜ ସଚିବ, ମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିବେ ବୋଲି ନୂତନ ସଭାପତି ସୁଧାକର ଗୌଡ଼ କହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.