ବେହେରାରେ ୧୬ ପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା, ଆଜି ନାମ ଆରମ୍ଭ

କଳାହାଣ୍ଡି,୨୭/୫ : ଧର୍ମଗଡ ବ୍ଳକ ଦଣ୍ଡପାଟ ଅଞ୍ଚଳର ପେଣ୍ଟସ୍ଥଳୀ ବେହେରାରେ ଷୋହଲ ପ୍ରହର ନାମ ଯଜ୍ଞ ପାଇଁ ନିକଟସ୍ଥ ବେହେରା ନଦୀରେ ଶାସ୍ତ୍ରୀୟ ରୀତିନୀତି ଅନୁକ୍ରମେ ଗଙ୍ଗା ଆବାହନ କରାଯିବା ପରେ ଗ୍ରାମର ମହିଳା ମାନେ କଳସ ମୁଣ୍ଡାଇ ମଣ୍ଡପକୁ ଆସିଥିଲେ। ହରିନାମ ସଂଜୀର୍ତ୍ତନ ସହ କଳସ ଯାତ୍ରାର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା। ଏହି ଷୋହଲ ପ୍ରହର ନାମ ଯଜ୍ଞ ର କର୍ତ୍ତା ଭାବେ ଶ୍ରୀଯୁକ୍ତ ଭାରତ ଗୋପାଳ ଓ ତାଙ୍କ ସହ ଧର୍ମିଣୀ ଶ୍ରୀମତୀ ବାସନ୍ତୀ ଗୋପାଳ ଦାୟିତ୍ୱ ତୁଲାଇବେ। ଏହି ନାମଯଜ୍ଞ ରେ ଦଣ୍ଡପାଟ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ୮ଟି ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗଦେବେ । ସେହି ଦଳ ସବୁ ହେଲେ ଡାଲଗୁମା ସଂକୀର୍ତ୍ତନ୍ୟ ମଣ୍ଡଳୀ, ଛତାଗହିରା ସଂକୀର୍ତ୍ତନ୍ୟ, ମୂଷାପାଳି ସଂକୀର୍ତ୍ତନ୍ୟ ମଣ୍ଡଳୀ, ସର୍ଗିଗୁଡା ସଂକୀର୍ତ୍ତନ୍ୟ ମଣ୍ଡଳୀ, ଭାଲୁବୁଟୁରା ସଂକିର୍ତ୍ତନ୍ୟ ମଣ୍ଡଳୀ, ମହୁଳମୁଣ୍ଡା ସଂକିର୍କ୍ତନ୍ୟ ମଣ୍ଡଳୀ, କେସିଙ୍ଗା ସଂକିର୍ତ୍ତନ୍ୟ ମଣ୍ଡଳୀ ଓ ଘଣ୍ଟିଗୁଡା ସଂକିର୍ତ୍ତନ୍ୟ ମଣ୍ଡଳୀ ଅଂଶଗ୍ରହଣ କରିବେ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ। ଏହି ନାମଯଜ୍ଞ ପାଇଁ ରବିବାର ଅଧିବାସ କାର୍ଯ୍ୟକ୍ରମ ସମାପନ ହୋଇଯାଇଥିବା ବେଳେ ସୋମବାର ସକୀଳୁ ନାମାରମ୍ଭ ହେବ ସେହିପରି ଭାବରେ ବୁଧବାର (୨୯ ମଇ) ଦିନ ପୂର୍ଣ୍ଣାହୁତି ସହ ନାମ ଯଜ୍ଞ ସଂପର୍ଣ୍ଣ ହେବ । ଷୋହଲ ପ୍ରହର ନାମଯଜ୍ଞ କମିଟି ସଭାପତି ଭାବେ ଶ୍ରୀଯୁକ୍ତ ଲଳିତ କୁମାର ଅଗ୍ରୱାଲ, ସମ୍ପାଦକ ଭାବେ ଶ୍ରୀଯୁକ୍ତ ବବଲୁ ଅଗ୍ରୱାଲ, ଉପସଭାପତି ଭାବେ ଶ୍ରୀଯୁକ୍ତ ମଣିଭଦ୍ର ନାଏକ ପ୍ରମୂଖ ଦଇତ୍ୱ ତୁଲାଉଛନ୍ତି। ଷୋହଲ ପ୍ରହର ନାମ ଯଜ୍ଞ କମିଟି ତଥା ବେହେରା ଗ୍ରାମବାସୀଙ୍କ ସହଯୋଗରେ ଏହି ପରମ ପବିତ୍ର ନାମଯଜ୍ଞ ଅନୁଷ୍ଠିତ ହେଉଛି ।

ନବରଙ୍ଗପୁର/କଳାହାଣ୍ଡି ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.