ଏକ୍ଟିଭ ଜର୍ଣ୍ଣାଲିଷ୍ଟ ସଂଘ ବଲାଂଗିର ତରଫରୁ ବିଧାୟକ ନରସିଂହ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ବଲାଂଗିର,୨୭/୫ : ନବ ନିର୍ବାଚିତ ବିଧାୟକ ନରସିଂହ ମିଶ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଲାଂଗିର ଆଇନ କଲେଜ ପରିସରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ସହରର ଅନେକ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଶ୍ରୀଯୁକ୍ତ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଏଥିରେ ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଏକ୍ଟିଭ ଜର୍ଣ୍ଣାଲିଷ୍ଟ ସଂଘ ତରଫରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ଏଥିରେ ସଂଘର ସଭାପତି ସୁଶାନ୍ତ କୁମାର ଠାକୁର, ସଂପାଦକ ପ୍ରଣୟ କୁମାର ଗଡ଼ତିଆ, ଉପ ସଭାପତି ଧର୍ମେନ୍ଦ୍ର ରଥଙ୍କ ସହ ସାମ୍ବାଦିକ
ଦିଲପି ଆଚର୍ଯ୍ୟ, ସଞ୍ଜୟ ମିଶ୍ର ଓ ବିକ୍ରମ ପାତ୍ର 
ପ୍ରମୁଖ ଉପସ୍ଥିତ ରହି ପୁନର୍ବାର ବଲାଂଗିର ବିଧାୟକ ଆସନରେ ବସିଥିବାରୁ ଶ୍ରୀଯୁକ୍ତ ମିଶ୍ରଙ୍କ ରାଜନୈତିକ ଜୀବନର ଶୁଭକାମନା କରିବାସହ ସମ୍ବର୍ଦ୍ଧିତ କରିଥିଲେ  ।

ବଲାଂଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.