ଯୁବକର ମୃତ୍ୟୁ, କାରଣ ଅସ୍ପଷ୍ଟ : ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ

କୋକସରା,୨୭/୫, କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବରାଡୋଙ୍ଗା ସୁପାଡ ରାସ୍ତା କଡରେ ଆଜି ସକାଳେ ଜଣେ ଯୁବକ ପଡିରହିଥିବା ସ୍ଥାନୀୟ ଲୋକେ ଆମପାଣି ଥାନା ପୋଳିସକୁ ଖବର ଦେଇଥିଲେ । ଖବର ପାଇଁ ଆମପାଣି ଥାନା ଏ.ଏସ.ଆଇ. ଝଜନେଶ୍ୱର ନାଏକ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଟି
ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ଚିକିତ୍ସା ପରେ ଯୁବକଙ୍କୁ ମୃତ ଘୋଷଣା
କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୃତ ଯୁବକ ଜଣକ ଆମପାଣି ଥାନା ଅଧିନସ୍ତ ବଡପୋଡାଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ତେଲିଗୁଡା ଗ୍ରାମର ମୁକ୍ତେଶ୍ୱର ପୁଝାରୀ ( ୩୩) ବୋଲି ଜଣାପଡିଛି । ପୋଳିସ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ ମୃତ ମୁକ୍ତେଶ୍ୱର ସାଇକେଲ ଯୋଗେ ଶଶୂର ଘରୁ ନିଜ ଗାଁ କୁ ଫେରୁଥିବା ଜଣାପଡିଥିବା ବେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବେଲେ ଆମପାଣି ଥାନା
କେସ୍ ନଂ- ୟୁଡି ୨/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରହିଥିବା ଆମପାଣି ଥାନାଧିକାରୀ ସୂର୍ଯ୍ୟନାରଣ ପ୍ରଧାନ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

 

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.