ଅଙ୍ଗନଦୀ ବ୍ରିଜ ଉପରେ କାର ବାଇକ ମୁହାଁ ମୁହି ଧକ୍କା : ଜଣେ ମୃତ ଜଣେ ଗୁରୁତର

ବଲାଙ୍ଗୀର,୨୭/୫ : ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ ସାଲେଭଟା ଅଙ୍ଗନଦୀ ବ୍ରିଜ୍ ଉପରେ କାର୍ ଓ ମୋଟର ସାଇକେଲ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ  ଘଟଣା ସ୍ଥଲରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ପଟୁ ବଲାଙ୍ଗୀର ଆସୁଥିବା କାର୍ ନମ୍ବର ଓ ଡି୧୫ ୦୦୬୩ ଓ ବଲାଙ୍ଗିରରୁ ବରପାଲି ଯାଉଥିବା ବାଇକ ନମ୍ବର ଓ ଡି ୧୭ଏଲ୍ ୮୬୫୨ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମୃତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ବୁଲ୍ଲା ଡାକ୍ତରଖାନାରେ ଭର୍ତି ହୋଇଥିବା ସୂଚନା ରହିଛି। ଗୁରୁତର ଆହତଙ୍କ ହାତ ରାସ୍ତା ଉପରେ ପଡିଥିବା ଜଣାଯାଇଛି । ସାଲେଭଟା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଯାରି ରଖିଛନ୍ତି । କାର୍ ମାଲିକ ସମ୍ବଲପୁରର ହୋଇଥିବା ବେଳେ ମୋଟର ସାଇକେଲ ଆରୋହୀ ବରପାଲି ନିକଟସ୍ଥ ବାରଙ୍ଗପାଲିର ବୋଲି ଜଣାପଡିଛି ପଡିଛି ।

ବଲାଂଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.