ସୋନପୁର,୨୮/୫ : ସୁବର୍ଣ୍ଣପୁରରେ କିଛି ଦିନ ହେଲା ଅସହ୍ୟ ତାତି ନେଇ ସହରବାସୀ ପ୍ରବଳ ଗରମ ଓ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଗ୍ରୀଷ୍ମ ପ୍ରବାହ ଯୋଗୁ ସହରରେ ନିଆଁ ବର୍ଷା ହେଉଥିବା ବେଳେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି ସୋନପୁର ସହରରେ ଗତ ମାସେ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମାସେ ଭିତରେ ଦୁଇ ଦୁଇ ଥର ଗ୍ରୀଷ୍ମ୍ରବାହ ସତର୍କ ସୂଚନା ଜାରି ହୋଇଛି । ସକାଳ ହେଉଣୁ ଗରମ ଆରମ୍ଭ ହେବା ସହିତ ତାପମାତ୍ରା ବୃଦ୍ଧି ପାଉଛି । ପୂର୍ବାହ୍ନ ୧୦ ଟା ହେଲେ ରାସ୍ତା ଶୁନଶାନ ହେଉଛି । ଗତ ଗୋଟିଏ ମାସ ଧରି ସୋନପୁର ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ମଧ୍ୟାହ୍ନ ୨ ଟା ସମୟରେ ଏହା ୪୫ ଡିଗ୍ରୀ ଉପରେ ରହୁଥିବା ଆଲୋଚନା ହେଉଛି । ଗତ ୯ ତାରିଖରେ ପ୍ରଥମ ଥର ପାଇଁ ପାଣିପାଗ ବିଭାଗ ସୋନପୁର ଜିଲାରେ ୟଲୋ ୱାଣ୍ଣିଂ ସୂଚନା ଜାରି କରିଥିଲା । ଅସହ୍ୟ ତାତି ନେଇ ସହର ଖାଁ ଖାଁ ଲାଗୁଥିବା ବେଳେ ବ୍ୟବସାୟ ମାନ୍ଦା ହୋଇ ଯାଇଛି । ଏପରି ସ୍ଥିତିରେ ସହରବାସୀ ପ୍ରାକ ମୌସୁମୀ ବର୍ଷା ଅପେକ୍ଷାରେ ଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ତାପମାତ୍ରା କମିବାର କୌଣସି ସୂଚନା ମିଳିନାହିଁ ।