କାନ୍ଥରେ ଚାପି ହୋଇ ଶିଶୁ କନ୍ୟାର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା କୁସୁମଖୁଣ୍ଟି ଗ୍ରାମରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗ୍ରାମରେ ଥିବା ଏକ ପରିତ୍ୟକ୍ତ ଘର କାନ୍ଥ ପଡିବାରୁ ଚାପି ହୋଇ ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁକନ୍ୟା ଜଣକ ପୁରନ୍ଦର ଧଙ୍ଗଡାମାଝୀଙ୍କ ତିନି ବର୍ଷର ଝିଅ କାବ୍ୟରାଣୀ ଧଙ୍ଗଡାମାଝୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଝିଅ କାବ୍ୟରାଣୀ ନିକଟରେ ଥିବା ନିଜ ଅଜା ଘରକୁ ଏକୁଟିଆ ଯାଉଥିବାବେଳେ ଏହି ସମୟରେ ବାଟରେ ଥିବା ଏକ ଘରର କାନ୍ଥ ହଠାତ୍ ଭୁଷଡି ପଡ଼ିଥିଲା। କାନ୍ଥ ଭୁଷୁଡି ପଡିବାରୁ ଶିଶୁ କନ୍ୟା ଚାପି ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ତୁରନ୍ତ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆମପାଣି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକକୁ ଶବ ହସ୍ତାନ୍ତର କରି ଥିବା ଥାନା ପକ୍ଷରୁ ସୂଚନା ମିଳିଛି। କୁନି ଝିଅର ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକେ ଦୁଃଖରେ ଭାଙ୍ଗିପଡି ଆଖିରୁ ଲୁହ ସୁଖୁନି। ତେବେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ କୁନି ଝିଅର ଅନ୍ତିମ ସଂସ୍କାର ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.