ଜୟ ପ୍ରକାଶ ଜୟନ୍ତୀରେ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର 

ବ୍ୟର୍ଥ ଯିବନି ବାଜିରାଉତଙ୍କ ବଳିଦାନ -ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଏବଂ ସହିଦ୍ ବାଜିରାଉତଙ୍କ ବଳିଦାନ ଦିବସ ଅବସରରେ “ଓଡ଼ିଶା ମୋ ପରିବାର” ଓ ଜୀବନ ବିନ୍ଦୁ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କଳାହାଣ୍ଡି ଠାରେ ଆୟୋଜିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡୁଲୁ ପଟ୍ଟନାୟକ ଉଦଘାଟନ କରିଥିଲେ। ଶ୍ରୀ ଠାକୁର ସ୍ୱଗାତ ଭାଷଣ ପ୍ରଦାନ କରିବା ସହ ଜୟ ପ୍ରକାଶ ନାରାୟଣ ଓ ବାଜିରାଉତଙ୍କ ସ୍ମୃତି ଚାରଣ କରି ବ୍ୟର୍ଥ ଯିବନି ବାଜିରାଉତଙ୍କ ବଳିଦାନ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଟ୍ଟନାୟକଙ୍କ ମାର୍ଗଦର୍ଶନ ପରେ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ରକ୍ତଦାନ ଶିବିରରେ ସର୍ବମୋଟ ୮୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ “ଓଡ଼ିଶା ମୋ ପରିବାର” ସଂଯୋଜକ ଅମିତ ଯାଦବ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ଏସ୍ ପ୍ରିୟା, ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ରାଉତ, ଡଃ ଗୋପାଳ ବେହେରା, ମିହିର କୁମାର ନାଥ ପ୍ରମୁଖ ରକ୍ତଦାତାଙ୍କୁ ସଚେତନ କରିଥିଲେ ।

Udyog Nursery
Udyogi Nursery

ଏହି ରକ୍ତଦାନ ଶିବିରରେ ଅତିଥି ଭାବରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଅନାମ ନାଏକ, ବିଜେଡି ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଛାତ୍ର ରାଜ୍ୟ ଉପ ସଭାପତି ଅଭିଷେକ ମହାପାତ୍ର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ହରଜିନ୍ଦର ସିଂ, ଧବଳେଶ୍ଵର ମହାପାତ୍ର, ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ସତ୍ୟବ୍ରତ ଦାସ, ଯୁବନେତା ସେନାପତି ନାଏକ, ମଧୁ ନାଗ, ରାଜୀବ ସତପଥି, ଚକ୍ର ସେଠୀ,
ଛାତ୍ର ଟାଉନ ସଭାପତି ନବୀନ ନାୟକ, ଛାତ୍ର ଜିଲ୍ଲା ଉପ ସଭାପତି ମୁନା ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ଏହି ରକ୍ତଦାନ ଶିବିରରେ ସ୍ଵେଚ୍ଛାସେବୀ ଭାବରେ ତାପସ କୁମାର ବେହେରା, ଆୟୁଷ ଦାସ, ମନିଷା ସାହୁ, ଶ୍ରୀୟାଲି କର, ବିଶାଲ ମେହେର, ରାଜ ନନ୍ଦିନୀ, ନିକିତା ନାୟକ, ବର୍ଷା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ରକ୍ତଦାତା ମାନଙ୍କୁ “ଓଡ଼ିଶା ମୋ ପରିବାର” ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.