ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବଡବଡ ସହର ଭଳି ଏବେ ଆପଣ ମଧ୍ୟ କୋକସରାକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ ।ମିଶନ ଶକ୍ତି ବଢ଼ାଉଛି ସହାୟତାର ହାତ । କୋକସରା ବ୍ଲକ ପ୍ରଶାସନର ମିଶନ ଶକ୍ତି କାଫେ ଏଦିଗରେ ଏକ ଅଭିନବ ଉଦ୍ୟମ, ଯାହାକି ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲୁଛି ।ପ୍ରଥମ କରି କୋକସରା ବ୍ଲକ ପରିଷରରେ ମିଶନ ଶକ୍ତି କାଫେ ଖୋଲାଯାଇଛି l ଏନେଇ ସୋମବାର ମିଶନ ଶକ୍ତି କାଫେ ଉଦଘାଟନ ହୋଇଛି|ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଅନ୍ୟ ଅତିଥିଙ୍କ ମଧ୍ୟରେ ବିଡ଼ିଓ ସ୍ନେହପ୍ରଭା ମାଝୀ, ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ କୀର୍ତି ବେହେରା, ମିଶନ ଶକ୍ତି ୱାଇପି ଅରମାନ ପ୍ରସାଦ ମିଶ୍ର, ବିପିସି ସୁରେଶ ରାଉତ, ସିଡିପିଓ ସରୋଜା ଦେବୀ, ବ୍ଲକ ମିଶନ ଶକ୍ତି ସଭାନେତ୍ରୀ ଗୀତାଞ୍ଜଳି ସୁନାନୀ, ସମ୍ପାଦିକାମିଥିଲା ଭୋଇ,ସରସ୍ବତୀ ଶବର, କଳ୍ପନା ପୁଝାରୀ, ସଂଯୁକ୍ତା ସିଂ ରାଜପୁତ, କନକ ଶବର, ପଦ୍ମିନୀ ଦାସ, ସୁମତି ନାଏକ, ସୁମିତ୍ରା ମାଝୀ,ସମିତି ସଭ୍ୟ ସଭ୍ୟା ସମେତ ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ | ଏହାର ପରିଚାଳନା ଦାୟିତ୍ୱ ବ୍ଲକ ମିଶନଶକ୍ତି ତୁଲାଇବେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।