ବେଦାନ୍ତ ଆଲୁମିନିୟମକୁ ବକ୍ସାଇଟ ବିଶୋଧନ ପ୍ରକ୍ରିୟାରେ ଅଭିନବ ସଫଳତା 

ଆଇଆଇଟି ଖଡ଼ଗପୁର ସହଯୋଗରେ ବିକଶିତ ଅଭିନବ ପ୍ରକ୍ରିୟା ଦ୍ବାରା ଦକ୍ଷତା ବୃଦ୍ଧି କରିବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉତ୍ପାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ପ୍ରକ୍ରିୟାର ଶୁଭାରମ୍ଭ କରିଛି, ଯାହା ଆଲୁମିନିୟମ ବିଶୋଧନ ପ୍ରକ୍ରିୟାରେ ବକ୍ସାଇଟ ଅବଶିଷ୍ଟାଶକୁ ୩୦% ହ୍ରାସ କରିବ । ଏହି ପ୍ରକ୍ରିୟା ଦକ୍ଷତା ଉତ୍ସକୁ ବୃଦ୍ଧି କରିବ ଓ ବିଶୋଧନ ସମୟରେ କମ ଶକ୍ତି ଦରକାର କରିବ । ଏହି ଗବେଷଣା ପ୍ରକଳ୍ପକୁ ବେଦାନ୍ତର ବିଶ୍ବସ୍ତରୀୟ ଆଲୁମିନା ହାଉସ କାଂଜିଗଡ଼ର ସମର୍ଥନ ସହିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଖଡ଼ଗପୁରଙ୍କ ସହଯୋଗରେ କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦ୍ବାରା ପରିଚାଳିତ ହେବ । ଏହା ଗ୍ଲୋବାଲ ଆଲୁମିନିୟମ ଶିଳ୍ପ ଉପରେ ସ୍ଥାୟୀ ପ୍ରଭାବ ପକାଇବ ।

Omkar Vasthu
Omkar Vasthu

ଆଲୁମିନିୟମ ପ୍ରସ୍ତୁତି ପାଇଁ ବକ୍ସାଇଟ ହେଉଛି ମୌଳିକ ଧାତୁ ଓ ଏହାକୁ ବିଶୋଧନ କରାଯାଇ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତ କରାଯାଏ । ଏହି ବିଶୋଧନ ପ୍ରକ୍ରିୟାରୁ ବକ୍ସାଇଟର ଅଅବଶିଷ୍ଟାଶ ସୃଷ୍ଟି ହୋଇଥାଏ। ଏହି ବହୁମୂଲ୍ୟ ଉପ ଉତ୍ପାଦକୁ ସ୍ଥାୟୀ ଭାବରେ ପରିଚାଳନା କରିବା ଲାଗି ଶିଳ୍ପ ସଂସ୍ଥା ପାଇଁ ଏକ ଆହ୍ବାନ ଅଟେ । ବେଦାନ୍ତ ଆଲୁମିନିୟମ ବକ୍ସାଇଟ ଅବଶିଷ୍ଟାଶକୁ କମ କରିବା ଓ ଏଥିରୁ ମୂଲ୍ୟ ବାହାର କରିବାର ଉପାୟ ଅନୁସନ୍ଧାନରେ ସକ୍ରିୟ ଭାବରେ ଜଡ଼ିତ । କୃପାନି ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛି ଯେଉଁଥିରେ ଏହାକୁ ସଫଳତାର ସହ ପରୀକ୍ଷାଗାର ଦ୍ବାରା ପେଟେଟ ପାଇଁ ବୈଧ ହୋଇଛି । ବର୍ତମାନ କମ୍ପାନି ଏହାର ସମ୍ଭାବ୍ୟ ସୁବିଧା ନିର୍ଣ୍ଣୟ କରିବା ସହିତ ପ୍ରକ୍ରିୟାର କାର୍ଯ୍ୟକାରୀତା ଓ ମୂଲ୍ୟାଙ୍କନ କରିବା ପାଇଁ ପାଇଲଟ ପାଂଟ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଇଛି ।

Pearl dental clinic
Near Ashish Medical Store, Bhawanipatna

ସଫଳତା ଉପରେ ଶ୍ରୀ ଜି.ଜି.ପାଲ ଡେପୁଟି ସିଇଓ-ଆଲୁମିନା ବ୍ୟବସାୟ, ବେଦାନ୍ତ ଲିଂ କହିଛନ୍ତିଯେବେଦାନ୍ତ ଆଲୁମିନିୟମରେ ସ୍ଥିରତା ହାସଲ କରିବାରେ କାର୍ଯ୍ୟକାରୀ ଦକ୍ଷତା ଆମ ପାଇଁ ଅତି ଗୁରୁତ୍ବପୂର୍ଣ । ଏହି ଲକ୍ଷ୍ୟ ଉଦ୍ଦେଶ୍ୟରେ ବର୍ତମାନ ଆମେ ଶିଳ୍ପ ସମସ୍ୟାର ସମାଧାନ ପାଇଁ ବୈଷୟିକ ନେତୃତ୍ବାଧୀନ ଅଭିନବ ସମାଧାନ ଲାଗି ଘରୋଇ ଆର ଆଣ୍ଡ ପଦକ୍ଷେପ ଉପରେ ଧ୍ୟାନ ଦେଉଛୁ ।

Udyog Nursery
Udyogi Nursery

ବିକାଶ ଉପରେ ନିଜର ଭାବନା ବ୍ୟକ୍ତ କରି ଡ. ଅମିତ ଚାଟାର୍ଜି, ମୁଖ୍ୟ ଗବେଷଣା ଓ ବିକାଶ ଅଧିକାରୀ ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ବକ୍ସାଇଟର ବଳକା ପଦାର୍ଥର ସଦୁପଯୋଗ ଆମ ପାଇଁ ଏକ ମାଇଲ ଖୁଟ ହେବ ଓ ଶକ୍ତି ସଂରକ୍ଷଣ ପାଇଁ ଏକ ପଥ ପ୍ରଦାନ କରିବ ଏବଂ ବିଶ୍ବର ଆଲୁମିନିୟମ ଶିଳ୍ପକୁ ପୁନଃନିର୍ମାଣ କରିବାରେ ସହାୟକ ହେବ ।

ଆଇଆଇଟି ଖଡ଼ଗପୁରର ମେଟାର୍ଲଜିକାଲ ଓ ସାମଗ୍ରୀ ଇଂଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡ. ଚେନ୍ନାରାଓ ବୋରା କହିଛନ୍ତିଯେ ସୁରତା ଲକ୍ଷ୍ୟ ପାଇଁ ବେଦାନ୍ତ ଆଲୁମିନିୟମ ଆରଏଣ୍ଡଡି ପ୍ରତି ସମର୍ପିତ ହେବା ପ୍ରକୃତରେ ପ୍ରେରଣାଦାୟକ ଅଟେ। ବକ୍ସାଇଟ ବଳକା ପଦାର୍ଥ ହ୍ରାସ ଆଲୁମିନିୟମ ଶିଳ୍ପ ପାଇଁ ଏକ ପ୍ରମୁଖ ଆହ୍ବାନ ଅଟେ ଯାହାକୁ ବୈଷୟିକୀ ଦ୍ବାରା ସମ୍ଭବ କରାଯାଇପାରେ। ଆଇଆଇଟି ଖଡ଼ଗପୁର ଓ କମ୍ପାନିର ମିଳିତ ପ୍ରୟାସରେ ବିକଶିତ ହୋଇଥିବା ଏହି ପ୍ରକ୍ରିୟା କେବଳ ବକ୍ସାଇଟ ବଳକା ପରିଚାଳନାରେ ସହାୟତା କରିବ ନାହିଁ ଅନ୍ୟପକ୍ଷରେ କାର୍ବନ ଫୁଟପୁଂଟକୁ ମଧ୍ୟ ହ୍ରାସ କରିବ ।

ବେଦାନ୍ତ ଆଲୁମିନିୟମ ହେଉଛି ଦେଶର ପ୍ରଥମ କମ୍ପାନି ଯିଏକି ବକ୍ସାଇଟ ବଳକା ସ୍କରୀରୁ ଜଳର ପରିମାଣ ବାହାର କରି ଏହାକୁ ପୁନଃପ୍ରୟୋଗ କରି ଜିରୋ ଲିକୁଇଡ ଡିସଚାର୍ଜ କରିବା ସହ ଜଳ ସଂରକ୍ଷଣ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ବଳକା ବକ୍ସାଇଟକୁ ଶୁଖିଲା ଆକାରରେ ଘନୀଭୂତ କରାଯାଇ ବୈଜ୍ଞାନିକ ଉପାୟରେ ଏହାର ଉପଯୋଗୀତା ବୃଦ୍ଧି କରାଯାଉଛି । ଏହି ପ୍ରକ୍ରିୟା ପାଇଁ କମ୍ପାନି ଦେଶର ବକ୍‌ସାଇଟ ଅବଶିଷ୍ଟାଶ ପ୍ରକ୍ରିୟାକରଣ କାରଖାନା ଭାବରେ ପ୍ରଥମ କମ୍ପାନି ।

ଅତିରିକ୍ତ ଭାବରେ ବକ୍ସାଇଟ ବଳକା ବ୍ୟବହାର ଲାଗି ଅଭିନବ ପ୍ରଯୁକ୍ତିର ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ଗବେଷଣା ପ୍ରତିଷ୍ଠାନ ଗୁଡ଼ିକ ସହ କାର୍ଯ୍ୟ କରୁଛି । ଏହି ପ୍ରୟାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ ବକ୍ସାଇଟ ଅବଶିଷ୍ଟାଶରେ ଲୁହା ଆଲୁମିନିୟମ, ଆରସିଇ ଓ ଟିଟାନିୟମ ଡାଇଅକ୍ସାଇଡ ସହ ମୂଲ୍ୟବାନ ଧାତୁ ରହିଥାଏ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାଓ୍ବାରପାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି । 

ଇଣ୍ଡିଆନ ନିଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଖଡ଼ଗପୁର ଦେଶର ଏକ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ । ପ୍ରଯୁକ୍ତି କ୍ଷେତ୍ରରେ ଅଭିନବ ଓ ଉଚ୍ଚ ସ୍ତରୀୟ ଶିକ୍ଷା ତଥା ଗବେଷଣା ପାଇଁ ଏହି ଶିକ୍ଷାନୁଷ୍ଠାନ ପ୍ରସିଦ୍ଧି ଅର୍ଜନ କରିଛି । ୧୯୫୧ରେ ପ୍ରତିଷ୍ଠିତ ଏହି ସଂସ୍କାର ରାଷ୍ଟ୍ରୀୟ ଗୁରୁତ୍ଵ ରହିଛି। ୨୦୧୯ରେ ଏହି ଶିକ୍ଷାନୁଷ୍ଠାନକୁ ଭାରତ ସରକାରଙ୍କ ଦ୍ବାରା ନିଷ୍ଟିଚ୍ୟୁଟ ଅଫ ଇମେନ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଶିକ୍ଷାନୁଷ୍ଠାନ ଦ୍ବାରା ବହୁ ଗବେଷଣା ସନ୍ଦର୍ଭ ଉପସ୍ଥାପିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.