ଅସୁସ୍ଥ ପତ୍ନୀଙ୍କୁ ଆଲିଙ୍ଗନ କଲା ବେଳେ କାନ୍ଦିପକାଇଲେ ମନୀଷ ସିସୋଦିଆ, ଭିଡିଓ ଭାଇରାଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ତିହାର ଜେଲରୁ ବାହାରକୁ ଆସିଥିଲେ। ଆଉ ଏହି ସମୟରେ ପତ୍ନୀଙ୍କୁ ଆଲିଙ୍ଗନ କଲା ବେଳେ ଭାବୁକ ହୋଇପଡ଼ିଲେ ମନୀଷ ସିସୋଦିଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ମନୀଷ ସିସୋଦିଆ ଶନିବାର ନିଜ ଅସୁସ୍ଥ ପତ୍ନୀ ସୀମାଙ୍କୁ ଭେଟିବା ପାଇଁ ଘରେ ପହଞ୍ଚିଥିଲେ। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ତାଙ୍କୁ ସୁରକ୍ଷା ବଳୟ ମଧ୍ୟରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ।

Omkar Vasthu
Omkar Vasthu

ପତ୍ନୀଙ୍କ ସହ ଭେଟିବା ପରେ ତାଙ୍କୁ ବିଦାୟ ଦେବାବେଳେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ମନୀଷ ସିସୋଦିଆ ତାଙ୍କ ସ୍ତ୍ରୀଙ୍କୁ କୁଣ୍ଢାଇ ଧରି ବିକଳରେ କାନ୍ଦିବାକୁ ଲାଗିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଭିଡିଓକୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି ଏହା ବହୁତ ଯନ୍ତ୍ରଣାଦାୟକ।

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁସାରେ ପୋଲିସ କର୍ମୀଙ୍କ ସହ ସିସୋଦିଆ ସକାଳ ୧୦ଟାରେ ଜେଲ ଭ୍ୟାନରେ ବସି ମଥୁରା ରୋଡ୍‌ସ୍ଥିତ ନିଜ ଘରେ ପହଞ୍ଚିଥିଲେ ଏବଂ ସାକ୍ଷାତ ସମୟ ସରିବା ପରେ ସେ ପୁଣି ଜେଲ ଫେରିଆସିଥିଲେ। ଫେରିବାବେଳେ ସିସୋଦିଆ ପତ୍ନୀଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହୋଇଯାଇଥିଲେ। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ସିସୋଡିଆ ଅସୁସ୍ଥ ସ୍ତ୍ରୀଙ୍କୁ ଆଲିଙ୍ଗନ କଲାବେଳେ କାନ୍ଦୁଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ କାନ୍ଦୁଛନ୍ତି। ଅନେକ ପୋଲିସ କର୍ମଚାରୀ ଉଭୟଙ୍କ ଚାରିପାଖରେ ଠିଆ ହୋଇଛନ୍ତି।

ସୂଚନାଯୋଗ୍ୟ ମନୀଷ ସିସୋଡିଆ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ୫ଦିନ ଭେଟିବା ପାଇଁ ଅନୁମତି ମାଗିଥିଲେ। ସ୍ବତନ୍ତ୍ର ଜଜ୍ ଏମ.କେ ନାଗପାଲ ପୋଲିସ ହେପାଜତରେ ଥିବା ସିସୋଦିଆଙ୍କୁ ଅସୁସ୍ଥ ସ୍ତ୍ରୀଙ୍କୁ ତାଙ୍କ ଘରେ ପୂର୍ବାହ୍ନ ୧୦ ଟାରୁ ୪ ଟା ମଧ୍ୟରେ ସାକ୍ଷାତ କରିବାକୁ ଅନୁମତି ଦେଇଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.