ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ାରେ ଭାଲୁ ଆକ୍ରମଣ ହୋଇ ଥିବା ସୂଚନା ରହିଛି | ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି | ଯୋଙ୍କ ଥାନା ବଲୋଦା ଗାଁରେ ଘଟିଛି ଅଘଟଣ, ବଲୋଦା ଗାଁ ର ଭୌସାଗର ସାହୁଙ୍କ ପୁଅ ଜିତେଶ ସାହୁ ସକାଳୁ ଘରୁ ବାରି ପଟେ ଯାଉଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଏକ ପରିତ୍ୟକ୍ତ ଘରେ ଭାଲୁ ଏବଂ ଦୁଇ ଗୋଟି ଛୁଆ ଥିବା ସୂଚନା ମିଳିଛି । ଗୁରୁତର ଜିତେଶକୁ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ ।