ସୋନପୁରରେ ଚିତ୍ରଗୁପ୍ତ ପୂଜା ମହାସମାରୋହରେ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ସୁବର୍ଣ୍ଣପୁର ଆନୁକୁଲ୍ୟରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ପୂଜା ପ୍ରାରମ୍ଭ ପୂର୍ବଦିନ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ନିଜସ୍ୱ ଗୃହଠାରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ମହାନଦୀ କଦମ୍ବ ଘାଟକୁ ଯାଇ ପୂଜକ ଦାମୋଦର ନାଏକଙ୍କ ଦ୍ୱାରା ପୁଜା କରାଯାଇ ପୁର୍ଣ୍ଣ କଳସ ଧରି ଫେରିଥିଲେ। ଏହିି ପୁଜାରେ କର୍ତ୍ତା ଭାବରେ ଲଚ୍ଚିପୁରର ଗୋପାଲ ପଟ୍ଟନାୟକ ଓ ତାଙ୍କ ସହଧର୍ମ ପତ୍ନୀ ସନ୍ତୋଷିନୀ ପଟ୍ଟନାୟକ କାର୍ଯ୍ୟ ନିର୍ବାହ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକ ତଥା ପଡୋଶୀ ଜିଲ୍ଲା ବଉଦ ଜିଲ୍ଲାରୁ ପ୍ରାୟ ଛଅ ଶହ କରଣ ସମାଜର ସଭ୍ୟ ଯୋଗ ଦେଇଥିଲେ। ମଧ୍ୟାହ୍ନରେ କରଣ ସମାଜର ଏକ ମହାସଭାରେ ସମାଜର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ଅନୀଲ ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡ. ଜ୍ୟୋତି ରଂଜନ ବହିଦାର ମୁଖ୍ୟବକ୍ତା ଓ ସୋନପୁର ପୌର ପରିଷଦ ଉପାଧ୍ୟକ୍ଷା ମଲ୍ଲିକା ଦାନୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। କରଣ ସମାଜର କୋଷାଧକ୍ଷ ଜ୍ୟୋତି ରଂଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସମାଜର କର୍ତ୍ତବ୍ୟ ଓ ସାମାଜିକ ସଂଗଠନକୁ ମଜଭୁତ କରିବା ପାଇଁ ଉପସଭାପତି ଅକ୍ଷୟ କୁମାର ପଟ୍ଟନାୟକ, ଉପଦେଷ୍ଟା ମଦନ ମୋହନ ଦାନୀ, ଉମେଶ ଚନ୍ଦ୍ର ଦାନୀ, ଜୟ ନାରାୟଣ ନେଗୀ, ଶ୍ୟାମାଦେଇ ପଟ୍ଟନାୟକ ପ୍ରମୁଖ ନିଜ ନିଜ ମତ ପ୍ରଦାନ କରିଥିଲେ। ପୂଜାର ମହା ଆଳତୀ ପରେ ସାମୁହିକ ପ୍ରସାଦ ସେବନ କରାଯାଇ ଥିଲା। ଏହା ପରେ ଅନୁଷ୍ଠାନ ତରଫରୁ ରଙ୍ଗୋଲି, ନାଚ, ମ୍ୟୁଜିକ ଚେଆର, ଚିତ୍ରାଙ୍କନ, କୌତୁକ ଆଦି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଅନୁଷ୍ଠାନର ଦ୍ୱିତିୟ ଅଧିବେସନରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କରଣ ସମାଜର ଗର୍ବ ଓ ଗୌରବ ସଭ୍ୟ ବଳରାମ ପଟ୍ଟନାୟକଙ୍କୁ ଅଧିବକ୍ତା, ଅଭୀଳାଷା ବିଦ୍ୟାଧରଙ୍କୁ ମେଧାବୀ ଛାତ୍ରୀ ଓ ଶ୍ୟାମାଦେଇ ପଟ୍ଟନାୟକଙ୍କୁ ସମାଜସେବୀ ଭାବରେ ସମ୍ମାନୀତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଦ୍ୱିତିୟ ଅଧିବେସନରେ ସମାଜର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ସଭାପତିତ୍ୱ କରିଥିବା ବେଳେ ପଡୋଶୀ ଜିଲ୍ଲା ବୌଦ୍ଧରୁ ଆସିଥିବା ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ଓ ପୌର ପରିଷଦ ଉପାଧକ୍ଷା ମଲ୍ଲିକା ଦାନୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ଉମେଶ ଚନ୍ଦ୍ର ଦାନୀଙ୍କ ପ୍ରଚେଷ୍ଟା ରେ ଏକ ଆକର୍ଷଣୀୟ ଆର୍ଟ ଗେଲେରୀରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନ ମାନଙ୍କର ପେନସିଲ ଆର୍ଟ, ଅଏଲ ପେନ୍ଟ ଓ ଫ୍ୱାଟର କଲର ଆଦି ଫଟୋ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଶ୍ରୀକାନ୍ତ ମହାନ୍ତି, ରାଜେଶ କୁମାର ପଟ୍ଟନାୟକ, ଶଙ୍କର୍ଶଣ ପଟ୍ଟନାୟକ, ତାପସ ମହାନ୍ତି, ରଜତ ପଟ୍ଟନାୟକ, ବିବେକାନନ୍ଦ ମହାନ୍ତି, ଅମୁଲ୍ୟ ବିଦ୍ୟାଧର, ଚେରୁ ମହାନ୍ତି, ଲକ୍ଷଣ ବହିଦାର, ଦୁର୍ଗା ମାଧବ ବହିଦାର, ଦିବ୍ୟ ପ୍ରକାଶ ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶୌରଭ ଦାନୀ, ପ୍ରଭାତ କିଶୋର ଦାନୀ, ଚନ୍ଦନ ବହିଦାର ଆଦି ସଭ୍ୟ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.