ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବ୍ଲକ ଅନ୍ତର୍ଗତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମଗ୍ର ଶିକ୍ଷା କଳାହାଣ୍ଡିଙ୍କ ତରଫରୁ ଟାବ୍ଲେଟ୍ ବଣ୍ଟନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମକୁ ଏବିଇଓ ତଥା ବିଆରସିସି ଜୟ କୁମାର ମାଝୀ ଓ ଏବିଇଓ ଜଗଦୀଶ ଚନ୍ଦ୍ର ମୁଣ୍ଡ ପରିଚାଳନା କରିଥିବାବେଳେ ଅରୁଣ କୁମାର ମିଶ୍ର, ଜଗତ ଜୀବନ ମହାନ୍ତି, ଜଗନ୍ନାଥ ନାୟକ, ପ୍ରଫୁଲ୍ଲ କୁମାର ଠାକୁର, ମହମ୍ମଦ ଜାକିର, ସୂର୍ଯ୍ୟ ନାରାୟଣ ମହାନ୍ତି, ଷୌମେନ୍ଦ୍ର ମହାନ୍ତି, ଧନଞ୍ଜୟ ସାହୁ, ବିଶ୍ୱଜିତ ରାୟ ପ୍ରମୁଖ ସହଯୋଗ କରିଥିଲେ। ଏହି ଟାବ୍ଲେଟ୍ ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଶିଶୁ ମାନଙ୍କୁ ବୈଷୟିକ ସୂଚନା କୌଶଳ ପ୍ରଦର୍ଶନ କରିବାର ଏକ ଅପୂର୍ବ ସୁଯୋଗ ପ୍ରତ୍ୟେକ ବିଦ୍ୟାଳୟ ସ୍ତରରେ ଉପଲବ୍ଧ ହେବ। ଛାତ୍ର ଛାତ୍ରୀମାନେ ଦୀକ୍ଷା, ଇ ପାଠଶାଲା ଆଦି ବିଭିନ୍ନ ଶିକ୍ଷଣୀୟ ଆପ୍ ମାଧ୍ୟମରେ ପଢ଼ିବାର ସୁଯୋଗ ପାଇବେ। ତେଣୁ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।




