ରାଉଳ ପଲ୍ଲୀ ଗୁପ୍ତେଶ୍ୱର ମନ୍ଦିରଠାରେ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଧରା ପୃଷ୍ଟ ରେ ଦେବତା ମାନଙ୍କୁ ସନ୍ତୁଷ୍ଟ କରିବା ସହିତ ଲୋକଙ୍କ ମଙ୍ଗଳ ନିମନ୍ତେ ପୁରୁଷୋତ୍ତମପୁର ବ୍ଲକ ନିକଟ ସିଏଚ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ରାଉଳପିଲ୍ଲୀ ଗ୍ରାମ ନିକଟରେ ଥିବା ପାଣ୍ଡଵ ମାନଙ୍କ ଗୁପ୍ତ ବନବାସ କରିଥିବା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଗୁପ୍ତେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ନୂଆବର୍ଷ ଜାନୁଆରୀ ୨୬ ତାରିଖ ରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଏଣୁ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ଏହି ପୀଠରେ ଶୁଭ ଖୁଣ୍ଟି ସ୍ଥାପନ ସହ ଧ୍ବଜା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଶ୍ୱ ଶାନ୍ତି ମହା ଯଜ୍ଞ କାର୍ଯ୍ୟକ୍ରମ କଳ୍କୀ କଳୁଷ ନାଶନ ଏକ ଟ୍ରଷ୍ଟ ପକ୍ଷରୁ କରାଯାଉଅଛି। ଏହି ଯଜ୍ଞ ନିମନ୍ତେ ଗୁରୁ ନିର୍ଭୟାନନ୍ଦଜୀ ମହାରାଜଙ୍କ ସଂଯୋଜନାରେ ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଜ୍ଞାନେନ୍ଦ୍ର କୁମାର ହୋତା, ଭବାନୀ ଶଙ୍କର ସୁପକାର ପ୍ରମୁଖ ବିଦ୍ୱାନ ପଣ୍ଡିତ ମଣ୍ଡଳୀଙ୍କ ଉପସ୍ଥିତିରେ ସ୍ଵଷ୍ଟ ମନ୍ତ୍ରଉଚାରଣ ସହିତ ଅଙ୍କୁରା ରୋପଣ, ସହିତ କଳସ ଯାତ୍ରା, ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜିର ଏହି ଶୁଭ ଖୁଣ୍ଟି ସ୍ଥାପନାରେ ମୁଖ୍ୟ କର୍ତ୍ତା ଭାବେ ବରିଷ୍ଟ ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ ରହିଥିଲା ବେଳେ ସ୍ଥାନୀୟ ରାଉଳ ପଲ୍ଲୀ ଏବଂ ମୋଡାବାଇ ଗ୍ରାମବାସୀଙ୍କ ସମ୍ପୂର୍ଣ ସହଯୋଗରେ ଏହି ଯଂଜ୍ଞାନୁଷ୍ଠାନ ହେବାର ଜଣାଯାଇଛି। ଆଜିର ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ସମାଜସେବୀ ଜଗତବନ୍ଧୁ ପଣ୍ଡା, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳ ଗୌଡ଼ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନେତା, କର୍ମୀଙ୍କ ସହିତ ବହୁ ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.