ଭବାନୀପାଟଣାରେ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା କେନ୍ଦ୍ର କରିବାକୁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରେ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା କେନ୍ଦ୍ର କରିବା ଦାବିରେ ଆଶାୟୀ ପରୀକ୍ଷାର୍ଥୀମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ରହ୍ମର୍ଷି ନାଏକ ଯାଦବଙ୍କ ନେତୃତ୍ୱରେ ଜ୍ୟୋତି ପ୍ରକାଶ ନାୟକ, ଲୋକେଶ ହଂସ, ଥଵୀର ବାଗ, ସନ୍ତୋଷ ପଟ୍ଟନାୟକ, ହିତେଶ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଦାବିପତ୍ରରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ଏହି ପରୀକ୍ଷା କେବଳ ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେଉଅଛି।

Omkar Vasthu
Omkar Vasthu

ଅବିଭକ୍ତ କେବିକେ ଜିଲ୍ଲାରେ ଗୋଟିଏ ମଧ୍ୟ ପରୀକ୍ଷା କେନ୍ଦ୍ର ନ ଥିବାରୁ ଏହି ଅଞ୍ଚଳର ପରୀକ୍ଷାର୍ଥିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭବାନୀପାଟଣାଠାରୁ ସମ୍ବଲପୁରର ଦୂରତା ୨୫୦ କି.ମି. ଯାହାକି ଛଅ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥାଏ ଏବଂ ବ୍ରହ୍ମପୁର ପାଖାପାଖି ୨୯୦ କିଲୋମିଟର,ଯାହାକି ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥାଏ। ଏତେ ଦୂର ଯାତ୍ରା କରିବା ସମୟ ସାପେକ୍ଷ ଏବଂ ବ୍ୟୟବହୁଳ। ପୁନଶ୍ଚ ପରୀକ୍ଷା ପୂର୍ବରୁ ଶହ ଶହ କି଼ମି ଯାତ୍ରା କରୁଥିବାରୁ ପରୀକ୍ଷର୍ଥୀମାନେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ପ୍ରଭାବିତ ହୋଇଥାନ୍ତି। ଯେହେତୁ ଭବାନୀପାଟଣା ଅବିଭକ୍ତ କେବିକେ ଅଂଚଳର କେନ୍ଦ୍ରସ୍ଥଳରେ ଅବସ୍ଥିତ, ଏଠାରେ ପରୀକ୍ଷା କେନ୍ଦ୍ର ହେଲେ ସ୍ଥାନୀୟ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ନିକଟସ୍ଥ ଜିଲ୍ଲା ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳର କିଛି ଅଞ୍ଚଳ ଏବଂ ବଲାଙ୍ଗୀରର ଟିଟିଲାଗଡ଼ ସବଡିଭିଜନର ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ର ନିକଟ ହେବ। ଏହାଦ୍ବାରା ଏହି ଅଞ୍ଚଳର ଭିନ୍ନକ୍ଷମ, ମହିଳା ଏବଂ ଗରିବ ଶ୍ରେଣୀର ପରୀକ୍ଷାର୍ଥୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ। ପୁନଶ୍ଚ ଏଠାରେ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି ହେବ ଏବଂ ଏହି ଅଞ୍ଚଳରୁ ଅଧିକରୁ ଅଧିକ ସଂଖ୍ୟକ ପରୀକ୍ଷାର୍ଥୀମାନେ ଉପକୃତ ହୋଇପାରିବେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.