ସେଁପୁର ଶିଶୁବିଦ୍ୟାମନ୍ଦିରର ୧୬ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ସେଁପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ନବନିର୍ମିତ ବୌଦ୍ଧିକ ମଣ୍ଡପ ଉଦଘାଟନ କରି ଶିଶୁଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଜେ.ପି. ସାନ୍ଧ୍ୟ ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟାପକ ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଭାଇଭଉଣୀ ଓ ଅଭିଭାବକ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଭବାନୀପାଟଣା ସଦର ବ୍ଲକ ଏ.ବି.ଇ.ଓ ଜୟ କୁମାର ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗ ଶିଶୁ ମାନଙ୍କୁ ଦୈନନ୍ଦିନ ଜୀବନରେ ଶିକ୍ଷାର ମହତ୍ତ୍ୱ ବିଷୟରେ ମାର୍ଗଦର୍ଶନ କରିଥିଲେ।

ସମ୍ପାଦକ ନରେଶ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ଅନୁଷ୍ଠାନର ସଭାପତି ମକରଧ୍ୱଜ ସାହୁ ସଭାର ଅଧ୍ୟକ୍ଷତାରେ କରିଥିଲେ। ସଭାକାର୍ଯ୍ୟ ସମାପ୍ତିପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ପରିଚାଳନା ଜନାର୍ଦ୍ଦନ ବାଗ କରିଥିବାବେଳେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶଶୀଭୂଷଣ ପ୍ରସାଦ ସାହୁ ତଥା ଅନ୍ୟ ସଦସ୍ୟ, ସଦସ୍ୟା ଓ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.