ରାଜ୍ୟ କିଷାନ କଂଗ୍ରେସ ସଭାପତିଙ୍କ ସଇଁତଲା ବ୍ଲକ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକକୁ ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ପରିଦର୍ଶନରେ ଆସି ଚାଷୀମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ଉପରେ କଡା ଆଭିମୁଖ୍ୟ ରଖିଥିଲେ। ଏହି ଗ୍ରସ୍ତ ସମୟରେ ଶ୍ରୀ ପଟ୍ଟନାୟକ ସହ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ବଲାଙ୍ଗୀର ବିଧାୟକଙ୍କ ପ୍ରତିନିଧି ସରୋଜ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ ପ୍ରମୁଖ କେତେକ ଧାନ ମଣ୍ଡିକୁ ଯାଇ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲ। ମଣ୍ଡିରେ ଚାଷୀମାନଙ୍କ ଧାନକୁ ମନମୁଖୀ ୫/୬ କେଜି କଟନୀ ଛଟନୀ କରୁଥିବାରୁ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଟିଟିଲାଗଡ଼ ବ୍ଲକ ବିନେକେଲା ଗାଁର ଚାଷୀ ଚମରୁ ବାଗ ଗତ ଗତ ୧୬ ତାରିଖ ଦିନ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ। ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଏ ପର୍ଯ୍ୟନ୍ତ ଭାଙ୍ଗିନାହିଁ ବୋଲି ସେ କଟୁ ସମାଲୋଚନା କରିଥିଲେ। ଏହାପରେ ସଇଁତଲା ଠାରେ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟଙ୍କଧର ସାହୁ, ମୀନକେତନ ସେଠ, ଗଦାଧର ସାହୁ, ଧନବର ସାହୁ, ପପୁ ମହାନ୍ତି, ଅମିତ ରଥ, ଛନ୍ଦାଚରଣ ବେହେରା, ବିନେସ ଗହୀର, ସନ୍ତୋଷ ସୁନା, ଅନନ୍ତ କାଳସାଏ, ମୁକୁନ୍ଦ ନାଗ, ଅରୁଣ ସିଂ ଭୋଇ, ସୁବ୍ରତ ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.