କ୍ଷୁଦ୍ର ଗଳ୍ପ : ଭତ୍ତା 

ରୁକ୍ଚନ୍ ଷାଠିଏ ବର୍ଷର ବୁଢ଼ା। ଏ ଦୁନିଆରେ ତା’ରକେହି ନାହାଁନ୍ତି । ସେ ନିଜେ ନିଜ ପାଇଁ ବଞ୍ଚେ ।ଲୋକମାନେ ତା’ ବୟସ ଅଧିକ ହେଲାଣି ବୋଲି
କହନ୍ତି। ସେ ବରଗଛର ପାଚିଲା ପତ୍ର ପରି।କେତେବେଳେ ଝଡିଯିବ କେହି ଜାଣି ପାରିବେ ନାହିଁ।
ତା’ ବୟସର କେହି ଜଣେ ହେଲେ ଲୋକ ଆଉ ଗାଁରେ ନାହାଁନ୍ତି। ସେ ଏଇନେ ବି ଚାଲି ବୁଲି ପାରୁଛି।ନିତି ଦିନ କାମକୁ ଯାଉଛି। ଯୋଉ ଦିନ ଯାହା ପାଇଲା ତାକୁ ନେଇ ସେ ବେଶ ଆରାମରେ ଚଳୁଛି।
                

Omkar Vasthu
Omkar Vasthu

ଗାଁର ଅନେକ ଲୋକ ମାସକୁ ମାସ ସରକାରୀ ଟଙ୍କା ପାଉଛନ୍ତି। ତାକୁ ମିଳୁନାହିଁ। ସେ ଅନୁଦାନରୁ ବଞ୍ଚିତ କାହିଁକି? ସରକାରଙ୍କ ଠାରୁ ସାହାଯ୍ୟ ପାଉଥିବା ଅଧିକାଂଶ ଲୋକଙ୍କର ଆର୍ଥିକ ଅବସ୍ଥା  ସ୍ୱଚ୍ଛଳ ।ସେମାନଙ୍କ ପିଲାମାନେ ଚାକିରୀ ବାକିରି କରୁଛନ୍ତି।ଏଇଟା କି ପ୍ରକାର ନ୍ୟାୟ?

Pearl dental clinic
Near Ashish Medical Store, Bhawanipatna

ସେ ତିନି ଚାରି ଥର ଦରଖାସ୍ତ ଦାଖଲ କରି
ବିଫଳ ହୋଇଛି। ଏଥିଲାଗି ଆଉ ସେ ଚିନ୍ତିତ ନୁହେଁ।ହଠାତ୍ ଦିନେ ସରପଞ୍ଚ ବାବୁଙ୍କ ସହ ତା’ର ଦେଖା ହେଲା। ସରପଞ୍ଚ ମହଶୟ କହିଲେ, “ମଉସା, ଏଥର
ଆପଣଙ୍କ କାମ ହୋଇ ଯିବ। ଏଇ କାଗଜରେ ଟିପଚିହ୍ନ ଦିଅନ୍ତୁ।”

Udyog Nursery
Udyogi Nursery

 “କାହାର ସହଯୋଗ ଲୋଡ଼ା ନାହିଁ।ଭତ୍ତା ମୋର
କଣ ହେବ?ମୁଁ ପରା ସ୍ୱର୍ଗୀୟ ସହାନୁଭୂତି ପାଇବା ଆଶାରେ ଦିନ କାଟୁଛି।ସ୍ୱର୍ଗପୁରୀରେ ଭତ୍ତା ପାଇବି।”
ଏତିକି କହି ସାରି ସେ ତା ବାଟରେ ଚାଲିଗଲା।
                     ।   ।।     ।

ସୁଧାଂଶୁ ଶେଖର ପାତ୍ର

ପ୍ରଶାନ୍ତି ଭୂମି
ଖସିଗୁଡା, ଚିଲିଗୁଡା, କଳାହାଣ୍ଡି-୧୪

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.